ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ସୁରକ୍ଷା ସଚେତନତା

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଅନ ଲାଇନ୍ ନିରାପତ୍ତା ଓ ସାଇବର ଶୋଷଣ ଜନିତ ଅପରାଧ କୁ ରୋକିବା ନେଇ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ସିଡିପିଓ ଗୀତାଞ୍ଜଳି ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରକଳ୍ପ ସ୍ତରୀୟ ଶିବିରରେ ଦିଗପହଣ୍ଡି ବ୍ଲକ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷିକା ଡ଼. ସୁଚିସ୍ମିତା ଚୌଧୁରୀ,ବ୍ଲକ ସାମାଜିକ ଅଧିକାରୀ ରଶ୍ମି ପ୍ରକାଶିନୀ ଯାନୀ, ଏବିଓ ରସାନନ୍ଦ ଘଡ଼େଇ, ଜିଲା ହବ୍ ଅଧିକାରୀ ବବିତା ମହାରଣା, ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ଶୁଭେନ୍ଦୁ ଦାସ,ଗୋଷ୍ଠୀ ସ୍ବାସ୍ଥ୍ୟ ତଥ୍ୟ ପରିଚାଳକ ଶୁଭାଶିଷ ପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ। ସାଧନକର୍ମୀ ଭାବେ ଆଇନଜୀବି କୁରେଶୁ ପଣ୍ଡା,ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ଏବଂ ଅର୍ଥନୈତିକ କେନ୍ଦ୍ର ସାକ୍ଷରତା ଅଧିକାରୀ ସନ୍ତୋଷ କୁମାର ବାଡ଼ତ୍ୟା ଆଲୋଚକ ଭାବେ ଯୋଗଦେଇ ଉପସ୍ଥିତ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ, ସ୍କୁଲ କଲେଜ ଛାତ୍ରୀ ଓ  ମହିଳା ସରପଞ୍ଚ ଗୀତାଞ୍ଜଳି ଜାନି,ବି. ସନ୍ଧ୍ୟାରାଣୀ ସୁବୁଦ୍ଧି,ଗୌରୀ ବିଷୋୟୀ ଙ୍କ ସମେତ ଅନ୍ୟାନ୍ୟ ମହିଳା ସରପଞ୍ଚ  ମାନଙ୍କୁ  ଅନଲାଇନ୍ ନିରାପତ୍ତା ଏବଂ ଫେସ୍ ବୁକ୍, ଇନଷ୍ଟାଗ୍ରାମ୍,ହ୍ୱାଟସ୍ଅପ୍, ମେଲ୍ ଜରିଆରେ ସାଇବର ଶୋଷଣ ଜନିତ ଅପରାଧ କୁ କିଭଳି ପ୍ରତିହତ କରାଯାଇପାରିବ ସେ ନେଇ ତାଲିମ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ