ଅଜଣା ଗାଡି ଧକ୍କାରେ ଅପରେଟର ମୃତ

ହାଟଡିହି (ଓ୍ବାଇଏନଏସ): ଛେନାପଦି – ହଦଗଡ଼ ରାସ୍ତାର ସଢା ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଅପରେଟରଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକ ଜଣକର ଘର ଢେଙ୍କାନାଳ ଜିଲ୍ଲା କୋରିପାଲ  ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ସାଗର ମହାନ୍ତ ବୋଲି ଜଣା ପଡିଛି। ସେ ଛେନାପଦି – ହଦଗଡ଼ ରାସ୍ତାକାମରେ ମିକ୍ସଚର ମେସିନ ଅପରେଟର ଭାବେ କାମ କରୁଥିବା ବେଳେ ଗତକାଲି ରାତି ୧୧ ଟା ୨୦ରେ ଶୌଚ ପାଇଁ ନିକଟସ୍ଥ ପଡିଆ ଆଡକୁ ଯାଉଥିବା ବେଳେ ଦ୍ରୁତ ଗତିରେ ଯାଉଥିବା କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ରାସ୍ତାରେ ପଡି ଚିତ୍କାର କରୁଥିବା ବେଳେ ସ୍ଥାନୀୟ ଲୋକେ ପାଟିଶୁଣି ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋସୋ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ କୁ ବ୍ୟବଚ୍ଛେଦ କରାଇ ଅଧିକ ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ