ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପ୍ରାଥମିକ ସଡକ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ବସ ଓ ଟ୍ରକ ମାଲିକ ସଙ୍ଘ ସହଯୋଗରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ବସ, ଟ୍ରକ ସମେତ ବିଭିନ୍ନ ଯାନର ଚାଳକମାନଙ୍କ ଚକ୍ଷୁ ବିନା ମୂଲ୍ୟରେ ପରୀକ୍ଷା କରାଯିବା ସହ ସେମାନଙ୍କୁ ଆବଶୟକ ପରାମର୍ଶ ସହିତ ଔଷଧ ପ୍ରଦାନ କରାଯାଇଥିଲା। ଏଥିରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।


