ଓସିଏସ୍ରେ ତୃତୀୟ ଲିଙ୍ଗଙ୍କୁ ସୁଯୋଗ, ଅନ୍ଲାଇନ୍ ଆବେଦନ ୧୨ ପର୍ଯ୍ୟନ୍ତ ବଢ଼ିଲା
କଟକ, (ଓ୍ବାଇଏନଏସ): ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (ଓସିଏସ୍ଇ) ପାଇଁ ତୃତୀୟ ଲିଙ୍ଗ ବର୍ଗଙ୍କ ନିମନ୍ତେ ଅନ୍ଲାଇନ୍ ଆବେଦନ ଅବଧି ବୃଦ୍ଧି କରାଯାଇଛି । ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ପରୀକ୍ଷା ପାଇଁ ପଞ୍ଜୀକରଣ, ପରୀକ୍ଷା ପାଇଁ ଫି’ ଦାଖଲ ଏବଂ ଅନ୍ଲାଇନ୍ ଆବେଦନ କରିପାରିବେ । ଓପିଏସ୍ସି ପକ୍ଷରୁ ଇତିମଧ୍ୟରେ ଦୁଇ ଥର ଆବେଦନ ସମୟ ସୀମା ବୃଦ୍ଧି କରାଯାଇସାରିଲାଣି । ଏହାପରେ ଆଉ କୌଣସି ପରିସ୍ଥିତିରେ ଆବେଦନ ପାଇଁ ସମୟ ସୀମା ବୃଦ୍ଧି କରାଯିବ ନାହିଁ ବୋଲି ଓପିଏସ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।


