ଟାଟା ଏସଇଜେଡ ପରିସରରେ ଓପିଟିସିଏଲ ପକ୍ଷରୁ ଗ୍ରୀଡ ସବ ଷ୍ଟେସନ ନିର୍ମାଣ ନେଇ ଭୂମିପୂଜା
ଛତ୍ରପୁର,(ଓ୍ବାଇଏନଏସ) : ଗୋପାଳପୁର ଟାଟା ଏସଇଜେଡ(ଇଣ୍ଡଷ୍ଟ୍ରିଆଲ ପାର୍କ) ପରିସରରେ ଆଗାମି ଦିନରେ ଆସୁଥିବା ବିଭିନ୍ନ କମ୍ପାନୀ ମାନଙ୍କ ପାଇଁ ବିଦ୍ୟୁତ ସମସ୍ୟା ରହିବ ନାହିଁ। ଆଜି ଟାଟା ଇଣ୍ଡଷ୍ଟ୍ରିଆଲ ପାକପରିସରରେ ଓପିଟିସିଏଲ ପକ୍ଷରୁ ସେଠାରେ ଏକ ସ୍ୱତନ୍ତ୍ର ଗ୍ରୀଡ ସବ ଷ୍ଟେସନ ନିର୍ମାଣ କରାଯିବା ନେଇ ଭୂମିପୂଜା କରାଯାଇଛି। ୨୨ ଏକର ଜାଗାରେ ୪୦୦/୨୨୦ /୩୩ କେଭି ଜିଆଇଏସ ନିର୍ମାଣ ନେଇ ଭୂମିପୂଜା କରାଯାଇଛି। କାର୍ଯ୍ୟକ୍ରମରେ ଓପିଟିସିଏଲ ସିଏମଡି ଭାସ୍କର ଜ୍ୟୋତି ଶର୍ମା ଯୋଗଦେଇ ଗଞ୍ଜାମ ଜିଲାପାଳ ଭି.କିର୍ତି ଭାସନଙ୍କ ଉପସ୍ଥିତିରେ ଏହାର ଭୂମିପୁଜା କରିଥିଲେ। ଟାଟା ସେଜ ର ତିନି ହଜାର ଏକର ଜାଗା ରହିଥିବା ବେଳେ ପାଖାପାଖି ୭୫ ପ୍ରତିଶତ ୧୭ ଟି ବଡ ବଡ କମ୍ପାନୀ ରହିଛି। ଏହି ଟାଟା ଏସଇଜେଡ ପରିସରରେ ଆଗକୁ ମଧ୍ୟ ବହୁ ବଡ ବଡ କମ୍ପାନୀ ଆସିବେ ତେଣୁ ଏହି ଗ୍ରୀଡ ସବ୍ ଷ୍ଟେସନରୁ ସେମାନେ ବିଦ୍ୟୁତ ନେବେ। ଏହା ସହ ଅର୍ଥନୈତିକ ବିକାଶ ସହ ଅଂଚଳର ଜୀବିକା ବୃଦ୍ଧି ପାଇବ ବୋଲି ଜିଲାପାଳ କହିଥିଲେ। ଏହି ପ୍ରକଳ୍ପ ନିର୍ମାଣ ନେଇ ଶ୍ରୀଟେକ କାମ ନେଇଥିବା ବେଳେ ସେଠାରେ ୫ଶହ ଏମଭିଏର ୨ଟି ଓ ୧୦୦ ଏମଭିଏର ୨ଟି ସବ ଷ୍ଟେସନ ରହିବ। କେବଳ କମ୍ପାନୀକୁ ଏଠାରେ ବିଦୁତ ନେବେ ନାହିଁ ସ୍ଥାନୀୟ ଅଚଂଳକୁ ମଧ୍ୟ ବିଦ୍ୟୁତ ନେଇପାରିବେ ବୋଲି ଟାଟା ସେଜ୍ ଏମଡି ମଣିକାନ୍ତ ନାୟକ ସୂଚନା ଦେଇଛନ୍ତି। ପରେ ସିଏମଡି ଭାସ୍କର ଜ୍ୟୋତି ଶର୍ମା ଓ ଗଞ୍ଜାମ ଜିଲାପାଳ ଭି.କିର୍ତି ଭାସନ ଟାଟା ଏସଇଜେଡ୍ ପରିସରରେ ଥିବା ଦିପକ ଫଟିଲାଇଜର ସମେତ ବିଭିନ୍ନ କମ୍ପାନୀ ବୁଲି ସ୍ଥିତି ପରଖିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓପିଟିସିଏଲ ପ୍ରକଳ୍ପ ଅଧିକାରୀ ପ୍ରଦୀପ କୁମାର ଦାଶ, ଟିପିସିଓଡିଏଲ ସିଇଓ ଅମିତ କୁମାର ଗର୍ଗ,ଶ୍ରୀଟେକର ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଗ୍ରୀଡ ସବ୍ ଷ୍ଟେସନ ହେଲେ କମ୍ପାନୀ ଗୁଡିକ ପାଇଁ ଆବଶ୍ୟକ ବିଦ୍ୟୁତ ସମସ୍ୟା ଉପଜିବନାହିଁ।


