ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ସାଙ୍ଗଠନିକ ବୈଠକ

ଭଞ୍ଜନଗର, (ଓ୍ବାଇଏନଏସ): ଭଞ୍ଜନଗର ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସଭା ଗୃହରେ ଓଷ୍ଟl ପକ୍ଷରୁ ଆୟୋଜିତ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ ବୈଠକ ଓଷ୍ଟାର ବ୍ଲକ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଳା ସଭାପତି ସନ୍ତୋଷ ଜେନା, ସମ୍ପାଦକ ବିଜୟ କୁମାର ବେହେରା, ସେବା ନିବୃତ ପ୍ରିନ୍ସପାଲ କୃତ୍ତିବାସ ବିଶ୍ୱାଳ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟର ସନ୍ତୋଷିନୀ ଭଉଣୀ, ଆଲୋଷ୍ଟl ଜିଲ୍ଳା ସଭାପତି କୃଷ୍ଟ ଚନ୍ଦ୍ର ଦାସ, ସମ୍ପାଦକ ରାଜେଶ କୁମାର ପ୍ରଧାନ, ଅଶୋକ କୁମାର ସ୍ୱାଇଁ, ସୁଜାତା ଦାସ, ଦୁର୍ଗାମାଧବ ଦାସ, ତ୍ରିନାଥ ବେହେରା, ଓଷ୍ଟା ବ୍ଲକ ସମ୍ପାଦକ ଗୌରୀନନ୍ଦନ ହୋତା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ବିଭୂତି ଭୂଷଣ ଜେନା, ବିଷ୍ଣୁ ନାରାୟଣ ପଣ୍ଡା ଓ ବାବୁଲା ବିଷୋୟୀ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ପ୍ରଫେସର କୃତ୍ତିବାସ ବିଶ୍ୱାଳ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିବା ବେଳେ ମୋନାଲିସା ସାବତ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଆଗାମୀ ଦାବି ଦିବସ ଅଗଷ୍ଟ ୧୬ ତାରିଖ ଦିନ ଗଞ୍ଜାମ ଜିଲ୍ଲାରୁ ବହୁସଂଖ୍ୟାରେ ଯୋଗଦେବାପାଇଁ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ଦାବୀ ବିଷୟରେ ଆଲୋଚନା କରାଯାଇଥିଲା। ଏଥିସହ ଅବସର ନେଇଥିବା ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ତାରିଣୀ, ଲଷ୍ମୀଧର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଅମର ବିଳାସ ବେହେରା ଓ ବାସନ୍ତୀ ପାଣିଗ୍ରାହୀଙ୍କୁ ଜିଲ୍ଳା ସଂଘ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା l ଆସନ୍ତା ଅଗଷ୍ଟ ୧୬ ତାରିଖ ଦାବି ଦିବସରେ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭୁବନେଶ୍ୱର ଧାରଣାରେ ଯୋଗଦେବା ପାଇଁ ନିଷ୍ପତ୍ତି କରାଯାଇଥିଲା l ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭଉଣୀମlନେ ସମସ୍ତ ଭାଇମାନଙ୍କୁ ରକ୍ଷା ବନ୍ଧନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ, ବୁଗୁଡ଼ା, ସୋରଡ଼ା, ଆସ୍କା, ଛତ୍ରପୁର ଓ ବ୍ରହ୍ମପୁର ଅଞ୍ଚଳର ଶିକ୍ଷକ ଓ କର୍ମଚାରୀ ବନ୍ଧୁମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସମ୍ପାଦକ ଗୌରୀ ନନ୍ଦନ ହୋତା ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ