ଭୋଏସ ଅଫ ମିଡ଼ିଆ ଶାଖାର ସାଙ୍ଗଠନିକ ବୈଠକ

ବେତନଟୀ ( ଉଦିତ କୁମାର ପରିଡା ) : ଭୋଏସ ଅଫ ମିଡ଼ିଆ ଓଡିଶା, ସାମ୍ବାଦିକ ଶାଖାର ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ବୈଠକ ବୁଧବାର ବେତନଟୀ ଧର୍ମଶାଳଠାରେ ଅନୁଷ୍ଠିତ ହୋଇଯାଇଛି। ସଭାକାର୍ଯ୍ୟ ଆରମ୍ଭରେ ଅହମ୍ମଦାବାଦର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଯାତ୍ରୀଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକକୁ ଭୋଏସ ଅଫ ମିଡ଼ିଆ ମୟୂରଭଞ୍ଜ ଶାଖର ସଭାପତି ସାମ୍ବାଦିକ ରାଜେଶ କୁମାର ଖଣ୍ଡେଲୱାଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଭଏସ ଅଫ ମିଡ଼ିଆ ରାଜ୍ୟ ଶାଖା ସଭାପତି ପ୍ରଭାତ କୁମାର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଉପସଭାପତି ସଂଜୀବ ସାଏ, ଉପସଭାପତି ଟି ବାଲାଜୀ ପାତ୍ର, କୋଷାଧକ୍ଷ ସରୋଜ କୁମାର ମୁଦୁଲି ମଞ୍ଚାସିନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ବୈଠକରେ ଜିଲ୍ଲା ଅଧୀନରେ ବେତନଟୀ, ବଡ଼ସାହି, ମୋରଡା ଅଞ୍ଚଳ ରୁ କୋଡିଏରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦାନ କରିଥିଲେ। ମୁଖ୍ୟ ଅତିଥି ସଭାରେ ସାମ୍ବାଦିକ ମାନଙ୍କର ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କୁ ଖବର ଲେଖାକୁ ନେଇ ବିରୋଧ ଓ ଆକ୍ରମଣ ହେଉଥିବାରୁ ଓଡିଶାରେ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ଉଚିତ ବୋଲି ବକ୍ତବ୍ୟ ଦେଇଥିଲେ। ଏଥିସହ ଭୋଏସ ଅଫ ମିଡ଼ିଆ ଶାଖା ପକ୍ଷରୁ ପ୍ରତ୍ୟେକ ସାମ୍ବାଦିକ ଦଶ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମାର ସୁବିଧା ପାଇବା ସହିତ ଦୁସ୍ଥ ସାମ୍ବାଦିମାନଙ୍କୁ ବାସଗୃହ ଯୋଗାଇବା ଉପରେ ଆଲୋକ ପାତ କରିଥିଲେ। ଆଗାମୀ ଦିନରେ ଜିଲ୍ଲା ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରତି ବ୍ଲକରେ ଭଏସ ଅଫ ମିଡ଼ିଆର ବ୍ଲକ ସଂଘ ଗଠନ ପାଇଁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ସାମ୍ବାଦିକ ଧରଣୀଧର ମହାନ୍ତି, ଭବାନୀ ଶଙ୍କର ପରିଡା, ସତୀଶ କୁମାର ସାହୁ, ଉଦିତ କୁମାର ପରିଡା, ହରିଶ ଚନ୍ଦ୍ର ସାମଲ, ଚିନ୍ମୟ କୁମାର ମିଶ୍ର, ନିରଞ୍ଜନ ମହାନ୍ତ, ଲାଲମୋହନ ନାଏକ, ଦୀପକ ମହାନ୍ତ, ଅଜିତ ମହାରଣା, ମନୋଜ କୁମାର ମହାନ୍ତ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ରହିଥିଲେ। ପରିଶେଷରେ ଜିଲ୍ଲା ସଭାପତି ରାଜେଶ ଖଣ୍ଡେଲୱାଲ ସମସ୍ତଙ୍କୁ ଧନ୍ୟବାଦ  ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ