ଓଟିଇଟି ପ୍ରଶ୍ନ ପତ୍ର ଭାଇରାଲ୍ ଘଟଣା: ୬ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ, (ଓ୍ବାଇଏନଏସ): ସ୍ଵତନ୍ତ୍ର ଓଟିଇଟି ପ୍ରଶ୍ନ ପତ୍ର ଭାଇରାଲ ଘଟଣାରେ କ୍ରାଇମବ୍ରାଞ୍ଚ ନିଜର ତଦନ୍ତ ଜୋରଦାର କରିଛି। ଘଟଣାରେ ଏଷ୍ଟାବ୍ଲିସମେଣ୍ଟ ଅଫିସରଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇ ଘଟଣାରେ ଛଅ ଜଣଙ୍କୁ ଗିରଫ କରାଯାଇଛି। ଆଜି ଛଅ ଜଣଙ୍କୁ କୋର୍ଟ ଚାଲାଣ କରାଯିବ। ପ୍ରଶ୍ନ ଲିକ୍ ପଛରେ ଦୁଇ ଲକ୍ଷ ୬୪ ହଜାର ଟଙ୍କା କାରବାର ହୋଇଥବା ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ୍ ଏ ଡି ଜି ବିନୟ ତୋଷ ମିଶ୍ର ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ଘଟଣାର ମୁଖ୍ୟ କାର୍ପଟଦାର ହେଉଛନ୍ତି ଜିତେନ ମହାରଣା। ଜିତେନ ଡାଟା ଅପରେଟର ଭାବେ ବୋର୍ଡ ଅଫିସରେ କାର୍ଯ୍ୟରତ। ପ୍ରଶ୍ନ ଲିକ୍ ପଛରେ ଦୁଇ ଲକ୍ଷ ୬୪ ହଜାର ଟଙ୍କା କାରବାର ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ଜୀତନ ମହାରାଣା, ବିଜୟ କୁମାର ମିଶ୍ର, ସନାତନ ବିଶୋୟୀ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତ। ଏହା ପୂର୍ବରୁ ଗତକାଲି କ୍ରାଇମବ୍ରାଞ୍ଚ ରାୟଗଡା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ମିଶ୍ରଙ୍କୁ ଉଠାଇ ନେଇ ଜେରା କରିଥିଲା। ଏହା ପୂର୍ବରୁ ଘଟଣାରେ ଗତ ଶୁକ୍ରବାର ବୋର୍ଡ ସଭାପତି ଏକ ନିର୍ଦ୍ଦେଶନାମା ବଳରେ ଜଣେ ବରିଷ୍ଠ ଅଧିକାରୀ ଓ ୫ ଜଣ ସେକ୍ସନ ଅଫିସରଙ୍କୁ ଅନ୍ୟ ବିଭାଗକୁ ବଦଳି କରିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ସହ ସମ୍ପାଦକ ଏବଂ କିଛି ସେକ୍ସନ ଅଫିସରଙ୍କୁ ବଦଳି କରିଦେଇ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି । ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଲାଗି ୧୯୩ ପରୀକ୍ଷା କେନ୍ଦ୍ର ହୋଇଥିଲା ଏବଂ ପ୍ରାୟ ୭୫ ହଜାର ଶିକ୍ଷକ ଏହି ପରୀକ୍ଷା ଦେଇଥାଆନ୍ତେ । କିନ୍ତୁ ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ପରୀକ୍ଷା ବାତିଲ କରିଦିଆଗଲା । ଏହାକୁ ନେଇ ଆଶାୟୀଙ୍କ ମହଲରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ