‘ଆମ ପରିବାରର’ ବାର୍ତା ସଂଗ୍ରହ ଅଭିଯାନ
ବନ୍ତ,(ଚାନ୍ଦିନୀ ମହାନ୍ତି): ଭୁବନେଶ୍ୱର ଖଣ୍ଡଗିରି ପାହଡରେ ପାଦ ଦେଶରେ ଗଢି ଉଠିଥିବା ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ଓ ସାମାଜିକ ସଂଗଠନ ଆମ ପରିବାର ପକ୍ଷରୁ ପବିତ୍ର ବାହୁଡାଯାତ୍ରା ଅବସରରେ ସୁସ୍ଥ ସମାଜ ଗଠନ ପାଇଁ ବାର୍ତ୍ତା ସଂଗ୍ରହ ଅଭିଯାନରେ ଶୁଭାରମ୍ଭ କରାଯାଇଛି । ସଂଗଠନର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ଉଚ୍ଚ ନ୍ୟାୟଳୟର ଆଇନ୍ଜିବୀ ତଥା ସାମ୍ବାଦିକ ନିରୋଦ କୁମାର ଦାସ,ସର୍ବୋଚ୍ଚ ନ୍ୟାୟଳୟର ଆଇନ୍ଜିବୀ ତଥା ବାହୁଡା ଯାତ୍ରାର ଠାକୁର ରଜା ଜଗତ ମୋହନ ସିଂହ,ଆଗରପଡା ଥାନାଧିକାରୀ ଦେବରାଜ ଜେନା,ଜିଲ୍ଲା ଯୁବ ଯାଦବ ମହାସଂଘର ଉପ-ସଭାପତି କୃଷ୍ଣଚନ୍ଦ୍ର ମହାକୁଡ,ସ୍ତମ୍ଭକାର ସୁବୋଧ କୁମାର ସାହୁ,ବିଶିଷ୍ଟ ବ୍ୟବସାୟୀ ଶ୍ୟାମ ସୁନ୍ଦର ଗୁପ୍ତା, ବିଟିପୁର ସରପଞ୍ଚ ପ୍ରତିନିଧି ସପନ ସିଂହ,ଅଧ୍ୟାପିକା ପ୍ରତିମା ସାହୁ, ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଭାପତି କୈଳାସ ଚନ୍ଦ୍ର ଧଳ,ସାମାଜିକ କର୍ମୀ ଗୋପାଳ କୃଷ୍ଣ ଦାଶ ଅନିରୁଦ୍ଧ ସିଂହ ପ୍ରମୁଖ ଉପସ୍ଥିତ ରହି ବର୍ତମାନ ସମୟରେ ସମାଜ କ୍ରମଶଃ କଳୁଶିତ ହେଉଥିବା ବେଳେ ସାମାଜିକ, ଆଧ୍ୟାତ୍ମିକ ସଂଗଠନ ଗୁଡିକ ନିଜର ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ସଚେତନ ହୋଇ ସମାଜର ଶାନ୍ତି ଓ ଭାତୃଭାବ ଜାଗ୍ରତ ଦିଗରେ କାର୍ଯ୍ୟ କରିବାକୁ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ପବିତ୍ର ବାହୁଡା ଯାତ୍ରା ଅବସରରେ ଏହି କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲା ଆଗରପଡା ସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ କରା ଯାଇଥିଲା । ଏହି ଅବସରରେ ଅତିଥି ମାନେ ଏହି ଅବସରରେ ପ୍ରାମାଣିକ ଚଳଚ୍ଚିତ୍ର ‘ସୁପର ଚିଫ୍ ମିନିଷ୍ଟର’ ର ଶୁଭ ମହୁରତ କରାଯାଇଥିଲା । ପରେ ଅତିଥି ମାନେ ସୁସ୍ଥ ସମାଜ ଗଠନର ବାର୍ତାପତ୍ରକୁ ଉନ୍ମୋଚନ ପୂର୍ବକ ବାର୍ତା ସଂଗ୍ରହ କରାଯାଇଥିଲା । ଉଚ୍ଚ ନ୍ୟାୟଳୟ ଆଇନ୍ଜିବୀ ଶ୍ରୀ ଦାସ ଆମ ପରିବାରର ସେବା ଓ ଧର୍ମ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ସମାଜର ଦଳୀତ, ଅବହେଳିତ ଓ ନିଷ୍ପେସିତ ଲୋକଙ୍କ ପାଇଁ ସଂଗଠନ କାର୍ଯ୍ୟ କରିବା ବାସ୍ତବିକ ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ । ପ୍ରାରମ୍ଭରେ ସଂଗଠନ ସମ୍ପାଦକ ସତ୍ୟବ୍ରତ ଜେନା ଆଭିମୁଖ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ ନମିତା ବେହେରା, ପୂର୍ବତନ ସମିତିସଭ୍ୟ ବସନ୍ତ ନାୟକ, ନାରୀନେତ୍ରୀ ସାବିତ୍ରୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି ଧାର୍ମିକ କାର୍ଯ୍ୟରେ ଶତାଧିକ ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପ୍ରକାଶଥାଉକି ସାଧୁ, କିନ୍ନର, ଭିନ୍ନକ୍ଷମ ଓ ସମାଜସେବୀ ମାନଙ୍କୁ ନେଇ ସଂଗଠନ ଆଜକୁ ୭ ବର୍ଷ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥୁବା ବେଳେ ଧାର୍ମିର୍କ ଓ ସେବା ମୂଳକ କାର୍ଯ୍ୟ କରିଆସୁଛି । ବିଶେଷକରି ଖଣ୍ଡଗିରିରେ ଅନୁଷ୍ଠିତ ପବିତ୍ର ମାଘମେଳାରେ ସାଧୁସନ୍ଥ ମାନଙ୍କୁ ନେଇ ଧର୍ମ ସଭା ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ଦେବା ଏବଂ ପୁରୀର ଅର୍ଣ୍ଣପୂର୍ଣ୍ଣା ଥିଏଟର ପ୍ରେକ୍ଷାଳୟରେ ତୃତୀୟ ଲିଙ୍ଗି ମାନଙ୍କୁ ନେଇ ରାଜ୍ୟ ସ୍ତରୀୟ ସମାବେଶ ଆୟୋଜନ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ ନେଇ କାର୍ଯ୍ୟ କରାଯାଇଥାଏ ।