ଆମ ପୋଲିସ କାର୍ଯ୍ୟକ୍ରମ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ରକ୍ତଦାନ ଏକ ମହତ ଦାନ, ରକ୍ତଦାନ ହେଉଛି ଜୀବନ ଦାନ। ଏମିତି ଅନେକ ଲୋକ ଅଛନ୍ତି ଅନ୍ୟକୁ ରକ୍ତଦାନ କରି ଜୀବନ ବଞ୍ଚାଇବାରେ ସବୁବେଳେ ଚେଷ୍ଟିତ। ରବିବାର ପୁରୀ ଜିଲ୍ଲା ଏସ୍ପି ଙ୍କ ନିର୍ଦ୍ଧେଶ କ୍ରମେ କାକଟପୁର ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ, କାକଟପୁର ଥାନାଅଧିକାରୀ ବସନ୍ତ କୁମାର ସାହୁ ଶିବିର କୁ ଶୁଭ ଉଦୁଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଉପସ୍ଥିତ ଅତିଥି ମାନେ ଏହି ରକ୍ତଦାନ ଶିବିରରେ ରକ୍ତଦାନ ଜୀବନ ଦାନ, ରକ୍ତ ଅଭାବରୁ କାହାରିକୁ ମୃତ୍ୟୁ ବରଣ କୁ ଦେବା ନାହିଁ। ରକ୍ତଦାନ ମହାପୂଣ୍ୟ ଆଦି ବାର୍ତ୍ତାର ପ୍ରସାର ମାତ୍ରାଧିକ ହେଲେ ସମାଜରେ ଆହୁରି ଅନେକ ବ୍ୟକ୍ତି ସ୍ବେଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବେ ବୋଲି ମତବ୍ୟକ୍ତ କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ଥାଲାସେମିଆ ରୋଗୀ ଙ୍କ ସଂଖ୍ୟା ଯେଉଁ ଭଳି ଭାବରେ ବୃଦ୍ଧି ପାଉଛି, ସେହି ପରିମାଣରେ ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ତେଣୁ ଆଜିର ଯୁବ ସମାଜ ଏହାକୁ ହୃଦୟଙ୍ଗମ କରି ସ୍ବେଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ଥାନାଅଧିକାରୀ ବସନ୍ତ କୁମାର ସାହୁ ନିବେଦନ କରିଥିଲେ। ରକ୍ତଦାନ ଶିବିରରେ ରକ୍ତଦାତା ପିଙ୍କନ ପରିଡା ନିଜ ମନ୍ତବ୍ୟରେ କହିଛନ୍ତି, ରକ୍ତ ସବୁବେଳେ ଦରକାର। ରକ୍ତଦାନ ମହତଦାନ ଶୀର୍ଷକଟି ସମସ୍ତେ ଜାଣନ୍ତି ଏବଂ ଆବଶ୍ୟକତା ସେହି ବ୍ୟକ୍ତି ନିଶ୍ଚିତ ଭାବରେ ହୃଦବୋଧ କରିଥିବେ ଯିଏ ନିଜେ କେବେ ଅତ୍ମୀୟ ପାଇଁ ବୁନ୍ଦାଏ ରକ୍ତ ପାଇଁ ଆକୁଳ ନିବେଦନ କରିଥିବେ। ରକ୍ତର ବିକଳ୍ପ ନାହିଁ, ଜଣେ ମଣିଷର ଜୀବନ ବଞ୍ଚାଇବାକୁ ହେଲେ ଆଉ ଜଣଙ୍କର ରକ୍ତ ଅପରିହାର୍ଯ୍ୟ। ଏଭଳି ଉତ୍କଟ ସମସ୍ୟାର ସମାଧାନ ପାଇଁ ପ୍ରତିବର୍ଷ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେ ବି ଇ ଏମ୍ କିଡ୍ସ ପବ୍ଲିକ ସ୍କୁଲ ଓ କାକଟପୁର ପୋଲିସ ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। କେ ବି ଇ ଏମ୍ କିଡ୍ସ ସ୍କୁଲ ଚେୟାରମ୍ୟାନ ଦିବ୍ୟରଞ୍ଜନ ସାହୁ କହିଥିଲେ ରକ୍ତଦାତା ଙ୍କ ଏଭଳି ପ୍ରୟାସ ସମାଜ ପ୍ରତି ଏହି ଅବଦାନ ନିଶ୍ଚୟ ଅନେକ ଲୋକଙ୍କ ଜୀବନ ବଞ୍ଚାଇବାକୁ ସହାୟକ ହେବ। ଏହି ଶିବିରରେ ୧୧୬ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ରକ୍ତଦାନ ଶିବିରରେ ପୋଲିସ କର୍ମଚାରୀ, ଗଣମାଧ୍ୟ୍ୟମ ପ୍ରତିନିଧି, ରାଜନେତା, ସମାଜସେବୀ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵେଛାକୃତ ରକ୍ତଦାନ ଶିବିରରେ ଭାଗ ନେଇଥିଲେ। କାକଟପୁର ପୋଲିସ ତରଫରୁ ଏଭଳି ନିଆରା କାର୍ଯ୍ୟ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ କାକଟପୁର ଅଂଚଳର ୯୯ଜଣ ଓ ଅସ୍ତରଙ୍ଗ ଅଂଚଳର ୯ଜଣ ବରିଷ୍ଠ ନାଗରିକ ମାନଙ୍କୁ ପୁରୀ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ କୁ କାକଟପୁର ଥାନାର କର୍ମଚାରୀ ମାନେ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ