ବିଜେଡିରେ ସାମିଲ ହେଲେ ୨୦ ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ ନେତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ହାଇଟେକ ପ୍ଲାଜା ପରିସରରେ ବିଜେଡିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ଆଗାମୀଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ବିଜେଡି କିଭଳି ସଫଳ ହୋଇ ପୁଣି ଥରେ ବିଜେଡି ହାତକୁ ଆଣିବ ସେନେଇ ଆଲୋଚନା ହୋଇଥିଲା, ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସରରେ ପାରଳା ନିର୍ବାଚନ ମଣ୍ଡଳୀର 20 ଜଣ ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସର କର୍ମୀ ବିଜେଡିରେ ସାମିଲ ହୋଇଥିଲେ, ସମସ୍ତ ବିଜେଡି ନେତା କର୍ମୀ ଏକତ୍ର ହୋଇ କାମ କରିବା ପାଇଁ ଗୁରୁମନ୍ତ୍ର ଦେଲେ ହାଇଟେକ୍ ଗ୍ରୁପ ଅଧକ୍ଷ ତଥା ବରିଷ୍ଟ ବିଜେଡି ନେତା ଡ଼.ତିରୁପତି ପାଣିଗ୍ରାହୀ । ବିଧାୟକ ରୂପେଶ ପାଣିଗ୍ରାହୀ ନୂତନ ଭାବେ ବିଜେଡି ସାମିଲ ହୋଇଥିବା ନେତାମାନଙ୍କୁ ଉପଢଙ୍କନ୍ ଦେଇ ସ୍ବାଗତ କରିଥିଲେ  ଓ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ କହିଥିଲେ. ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ଭିରରାଜୁ, ସମସ୍ତ ଜିଲ୍ଲାପରଷଦ, ସରପଞ୍ଚ , ସମିତି ଓ ବିଜେଡି ନେତା କର୍ମୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ