ଝାଡ଼ାବାନ୍ତିରେ ୨୫ ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ: ହସ୍ପିଟାଲରେ ଭର୍ତ୍ତି
ହାଟଡିହି ୨୮/୭ ( ପାର୍ଥ ସୌରଭ ସା) ହାଟଡିହି ବ୍ଲକ ସମଣା ପଞ୍ଚାୟତର ସମଣା, ବାହାରିପୁର , ଚାପୁଣ୍ଡିଆ ଆଦି ଗ୍ରାମରେ ଝାଡ଼ାବାନ୍ତିରେ ୨୫ ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଗାଁକୁ ବିକ୍ରୀ କରିବାକୁ ଯାଇଥିବା ଦହିବରା ବାଲା ଠାରୁ ଦହିବରା ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଗତକାଲି ଦହିବରା ଖାଇଥିବା ଲୋକ ମାନେ ଆଜି ମଧ୍ୟାହ୍ନ ଠାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଅଳ୍ପ ସମୟ ମଧ୍ୟରେ ବାରମ୍ବାର ଝାଡ଼ା ଯିବାରୁ ପରିବାର ଲୋକେ ସେମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇବା ସହ କିଛି ଆକ୍ରାନ୍ତଙ୍କୁ ଶାଳନିଆ ଡ଼ାକ୍ତରଖାନାରେ ଭର୍ତ୍ତି କରଯାଇଥିବା ବେଳେ ଆଉ କିଛି ଆକ୍ରାନ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହରପ୍ରିୟା ଦାଶ, ଶୁଭଶ୍ରୀ ପ୍ରିୟଙ୍କା ଦାଶ,ସନ୍ତୋଷ ସାହା, ଅକ୍ଷୟ ସାହା, ବାମଦେବ ନାୟକ, ଇତିଶ୍ରୀ ନାୟକ, ପ୍ରକାଶ ନାୟକ, ସୁବାଷ ଚନ୍ଦ୍ର ସାହା, ଅହଲ୍ୟା ସାହା, କମଳା ସାହୁ, ଭାରତୀ ସାହୁ, ଆୟୁଷ ପ୍ରଧାନ, ସାବିତ୍ରୀ ଦାସ, ଇତିଶ୍ରୀ ନାୟକ, କମଳାକାନ୍ତ ବିଶ୍ଵାଳ, ପୁଷ୍ପାଞ୍ଜଳୀ ବିଶ୍ଵାଳ, ବିଜ୍ଞାନ ସାହୁ, ଲକ୍ଷ୍ମୀରାଣୀ ସାହା, ସଂଜୁଲତା ସାହା, ଦେବୁ ସାହାଙ୍କ ସମେତ ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି। ତୁରନ୍ତ ଏକ ଡାକ୍ତରୀଦଳ ପଠାଇ ଚିକିତ୍ସା ସେବା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।