ବିଜେଡି ଛାଡି ବିଜେପିରେ ସାମିଲ ହେଲେ ୩୦ ରୁ ଉର୍ଦ୍ଧ୍ଵ ଗ୍ରାମବାସୀ
ହାଟଡିହି (ଓ୍ବାଇଏନଏସ): ଆଇତିପୁର ପଞ୍ଚାୟତ ଆଇତିପୁର ଗ୍ରାମର ୩୦ ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଆଜି ବିଜେଡି ଛାଡି ବିଜେପି ରେ ସାମିଲ ହୋଇଛନ୍ତି। ବିଜେଡି ସ୍ଥାନୀୟ କର୍ମୀ ଭ୍ରମରବାର ଦାସ ଓ ପଦ୍ମନାଭ ଦାସଙ୍କ ନେତୃତ୍ୱରେ ଯୁଧିଷ୍ଠିର ଦାସ, ବୁଦ୍ଧଦେବ ଜେନା, ଜଗନ୍ନାଥ ଜେନା, ସଦାନନ୍ଦ ବେହେରା, ଲିଟୁ ଦାସ, ପାପୁନି ଦେହୁରୀ, ବିଶ୍ୱନାଥ ଜେନା, ବଗଲା ଜେନା, ଆନନ୍ଦ ନାୟକ, ବିନୋଦ ବେହେରା, ଜ୍ୟୋତିମୟୀ ଦଳେଇ, ବହାଦୁର ଦେହୁରୀ, ବାଟକୃଷ୍ଣ ନାୟକ, ଗଦାଧର ବେହେରା, ଶିବଶଙ୍କର ଦେହୁରୀ, ମହେଶ୍ୱର ପଲେଇ, ସନ୍ତୋଷ କୁମାର ନାୟକଙ୍କ ସମେତ ୩୦ ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଆଜି ହାଟଡିହି ବିଜେପି କାର୍ଯ୍ୟାଳୟ ଠାରେ ବିଜେପିରେ ସାମିଲ ହୋଇଥିଲେ। ଦୀର୍ଘ ବର୍ଷ ଧରି ବିଜେଡି ଶାସନ କାଳରେ ତାଙ୍କ ଗ୍ରାମରେ ସେପରି କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିନଥିବା ରୁ ଗ୍ରମବାସୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଲୋକପ୍ରିୟ ଶାସନରେ ଖୁସିବ୍ୟକ୍ତ କରି ଆଲୋକ ସେଠୀଙ୍କ ବଳିଷ୍ଠ ନେତୃତ୍ୱକୁ ସମର୍ଥନ କରି ସେମାନେ ବିଜେପିରେ ମିଶିଥିବା କହିଛନ୍ତି। ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯୁଧିଷ୍ଠିର ମଲ୍ଲିକ, ସନାତନ ଜେନା, ମଣ୍ଡଳ ସଭାପତି ଦୀପକ ଜେନା, ସୁନୀଲ ନାୟକ, ବିଶ୍ୱରଂଜନ ପାଣିଗ୍ରାହୀ ପ୍ରମୁଖ ନବାଗତ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।