ଭାଜପାରେ ମିଶିଲେ ସରପଞ୍ଚଙ୍କ ସମେତ ୭୦୦ରୁ ଉର୍ଦ୍ଧ୍ବ କର୍ମୀ
ଧୂଷୁରୀ, ( ଦୀପ୍ତି ରଞ୍ଜନ ନାୟକ ) : ଧାମନଗର ବ୍ଲକ ପାଳସାହି ପଞ୍ଚାୟତରେ ରବିବାର ସନ୍ଧ୍ୟା ୭.୩୦ରେ ଭାଜପା ତରଫରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟରେ ମୋହନ ସରକାରଙ୍କ ବିକାଶ ଧାରା, ରାଜ୍ୟ ନେତୃତ୍ୱ ଏବଂ ସର୍ବୋପରି ଧାମନଗର ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ତଥା ଉଚ୍ଚ ଶିକ୍ଷା, ଯୁବ ବ୍ୟାପାର, ସଂସ୍କୃତି ଏବଂ କ୍ରୀଡା ବିଭାଗ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାଳସାହି ପଞ୍ଚାୟତର ସରପଞ୍ଚ ଅଜୟ ମଳିକ, ପୂର୍ବତନ ସରପଞ୍ଚ ତଥା ବିଜେଡ଼ି ଦଳର ଉପ ସଭାପତି ସୁଶାନ୍ତ ନାୟକ, ନାଏବ ସରପଞ୍ଚ, ୭ ୱାର୍ଡ ମେମ୍ବରଙ୍କ ସହ ପଞ୍ଚାୟତର ୭୦୦ରୁ ଉର୍ଦ୍ଧ୍ବ କର୍ମୀ ବିଜେଡ଼ି ଏବଂ କଂଗ୍ରେସ ଦଳ ପରିତ୍ୟାଗ କରି ମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାରେ ଯୋଗଦାନ କରିଛନ୍ତି । ଏହି ଅବସରରେ ପାଳସାହି ପଞ୍ଚାୟତର ନେତା ରଞ୍ଜନ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ମିଶ୍ରଣ ପାର୍ବରେ ଯୋଗଦାନ ବିଜେପି ଜିଲା ସଭାପତି ଭଗବାନ ପଣ୍ଡା, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ଏମପିଙ୍କ ପ୍ରତିନିଧି ମନୋଜ ମଲ୍ଲିକ, ଜିଲା ଭାଜପା ଉପସଭାପତି ଚତୁର୍ଭୁଜ ନାୟକ, ଧୂଷୁରୀ ମଣ୍ଡଳ ସଭାପତି ଅନିରୁଦ୍ଧ ସାହୁ, ବରିଷ୍ଠ ନେତା ରଘୁନାଥ ଲେଙ୍କା, ନାରାୟଣ ଚନ୍ଦ୍ର ସାହୁ, କୈଳାସ ମହାପାତ୍ର, ଧୂଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ଯୁବ ନେତା ଗୋବର୍ଦ୍ଧନ ମଳିକ, ଅନ୍ତର୍ଯ୍ୟାମୀ ଦାସ, ସାମାଜିକ କର୍ମୀ ପଣ୍ଡିତ ପଞ୍ଚାନନ ମିଶ୍ର, ଅର୍ଜୁନପୁର ସମିତି ସଭ୍ୟ ବିଦ୍ୟାଧର ରାଉତ, ଗଢିଆଳି ସମିତି ସଭ୍ୟ ହରେକୃଷ୍ଣ ପାଢ଼ୀ ଏବଂ ପାଳସାହି ପଞ୍ଚାୟତର ସମସ୍ତ ବରିଷ୍ଠ ଏବଂ ଯୁବ ନେତୃତ୍ୱ ମାନେ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।


