ଆଗିରିଆ ଗ୍ରାମରେ ଦୁଇ ହଜାରରୁ ଊର୍ଦ୍ଧ୍ବ କାଜୁ ଗଛ କାଟିଦେଲେ ଦୃର୍ବୁତ୍ତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସମଣା ପଞ୍ଚାୟତ ଆଗିରିଆ ଗ୍ରାମରେ ଉଦ୍ୟାନ ବିଭାଗ ପକ୍ଷରୁ ଲଗାଯାଇଥିବା କାଜୁ ଗଛକୁ ଗତକାଲି ରାତିରେ କେହି ଦୃର୍ବୁତ୍ତ ଶହ ଶହ କାଜୁ ଗଛକୁ ହାଣି ଦେଇଥିବା ଅଭିଯୋଗ ହୋଇଛି। ଓଡିଶା ସରକାରଙ୍କ ଜିଲ୍ଳା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ଆଗିରିଆ ଗ୍ରାମରେ ଗ୍ରାମ୍ୟ କମିଟି ସହଯୋଗରେ ୩୮ଜଣ ହିତାଧୀକାରୀଙ୍କୁ ନେଇ ୧୪ହେକ୍ଟର ପରିମିତ ଜମିରେ ବୃକ୍ଷ ରୋପଣ କରାଯାଇଥିଲା। ୨୦୨୪ ରୁ ୨୦୨୮ ପର୍ଯ୍ୟନ୍ତ ଏହି ୫ବର୍ଷୀୟା ଯୋଜନାରେ ଜୀବନ ଜୀବିକାର ଉନ୍ନତି ଓ ଲୋକଙ୍କ ବିକାଶ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ବାରା ୧କୋଟି ୧୩ଲକ୍ଷ ୯୭ହଜାର ୨୬୪ଟଙ୍କାର ଅନୁଦାନ ଗଣି ମଞ୍ଜୁର ହେଇଥିବା ବେଳେ ମନରେଗା ଯୋଜନାରେ ୩୭ଲକ୍ଷ ୮୪ହଜାର ୯୨୦ ଟଙ୍କା ଯୋଗାଇ ଦିଆ ଯାଇଛି। ମୋଟ ୧କୋଟି ୨୮ ଲକ୍ଷ ୭ହଜାର ୧୮୪ ଟଙ୍କା ଖର୍ଚ୍ଚ କରାଯିବାର ଲକ୍ଷ ରଖାଯାଇଛି। ଏହି ପ୍ରକଳ୍ପ ମାଧ୍ୟମରେ ୨୪୯୨ ଗଛ ଲଗାଯିବା ଲକ୍ଷ୍ୟ ରଖାଯାଇଥିବା ବେଳେ ସବୁତକ ଗଛ ଲଗା ସରିଥିଲା। ଦେଢ ବର୍ଷ ତଳେ ଲାଗିଥିବା ଗଛ ଗୁଡିକ ୪/୫ଫୁଟ ଉଚ୍ଚର ହୋଇ ଯାଇଥିଲା। କିନ୍ତୁ ଗତକାଲି ରାତିରେ କେହି ଦୃର୍ବୁତ୍ତ ୮୦ଭାଗରୁ ଊର୍ଦ୍ଧ୍ବ ଗଛକୁ କାଟି ନଷ୍ଟ କରିଦେଇଛି। ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ଚାଷୀ ମାନଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଚାଷୀ ଦନାର୍ଦନ ରାଉତ, ଆନନ୍ଦ ଜେନା, ରବିନ୍ଦ୍ର କୁମାର ରାଉତ, ଆଲୋକ କୁମାର ରାଉତ, ଭାଗିରଥି ଜେନା, ରତ୍ନାକର ବେହେରା, କେଦାର ରାଉତ, ନିରାକାର ବିଶ୍ବାଳ, ନିରଞ୍ଜନ ବିଶ୍ୱାଳ, ପ୍ରସନ୍ନ ବିଶ୍ଵାଳ, ଦ୍ରୋପଦି ଜେନା, ସଂଯୁକ୍ତା ଜେନା, ଚନ୍ଦ୍ରମଣି ଜେନା, ପ୍ରମୁଖ କହିଛନ୍ତି।