ହାତୀଓଟ ଜରାଶ୍ରମରେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ବୃଦ୍ଧାଶ୍ରମରେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ (ହରିଦ୍ଵାର) ପକ୍ଷରୁ ପରମ ବନ୍ଦନିୟା ମାତା ଭଗବତୀ ଦେବୀ ଶର୍ମା ଓ ଅଖଣ୍ଡ ଦୀପ ଶତାବ୍ଦୀ ବର୍ଷ ମହୋତ୍ସବ ୨୦୨୬ ଉପଲକ୍ଷେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ  ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଦିବସରେ ହୋମ, ଯଜ୍ଞ, ପ୍ରବଚନ ଆଦି ଅନୁଷ୍ଠିତ ହୋଇଥଲା। କାର୍ଯ୍ୟକ୍ରମରେ ପୁର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଧର୍ମ ହେଉଛି ଅନ୍ୟର ଉପକାର। ସବୁ କାର୍ଯ୍ୟ କରିବା ପାଇଁ ନିଜର ଇଛା ଶକ୍ତି ଥିଲେ ସବୁ ସମ୍ଭବ ବୋଲି ଶ୍ରୀସାହୁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାରର ଜିଲ୍ଲା ସଭାପତି ବୃନ୍ଦାବନ ମିଶ୍ର, ପୋଲସରା ବ୍ଲକ ସଭାପତି ଯଦୁନାଥ ମିଶ୍ର, ଏ ସିମାଞ୍ଚଳ ପାତ୍ର, ରଞ୍ଜିତ କୁମାର ବିଷୋୟୀ, ପୀତବାସ ବାଡ଼ତ୍ୟା , ନିରାକାର ବିଷୋୟୀ, ବିଧାନ ନାୟକ, ସନ୍ତୋଷ ଭୂୟାଁ, ଶନିଶ୍ଚର ବିଷୋୟୀ, ରୁଦ୍ର ନାରାୟଣ କାଞ୍ଜିଆଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ଆସିକା ଲାୟନ୍ସ କ୍ଳବ୍ ପକ୍ଷରୁ ବୃଦ୍ଧାଶ୍ରମରେ ଥିବା ବୃଦ୍ଧ ଓ ବୃଦ୍ଧା ବୃନ୍ଦଙ୍କୁ ପୂର୍ବତନ ମନ୍ତ୍ରୀଙ୍କ ଉପସ୍ଥିତିରେ ଶୀତ ବସ୍ତ୍ର କମ୍ବଳ, ଫଳ, ବିସ୍କୁଟ ଓ ଅନ୍ୟାନ୍ୟ ଜିନିଷ ବଣ୍ଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ