ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ବିଶ୍ୱ କଲ୍ୟାଣ ପାଇଁ ପଞ୍ଚରାତ୍ର ଘୃତଯଜ୍ଞ

 ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ବିଶ୍ୱ କଲ୍ୟାଣ ପାଇଁ ଶ୍ରୀଜଗନ୍ନାଥଙ୍କ ପଞ୍ଚରାତ୍ର ଘୃତଯଜ୍ଞ ଗତକାଲି ଠାରୁ ଆରମ୍ଭ ହୋଇଛି। ଗତକାଲି ସକାଳେ ସ୍ଥାନୀୟ  ସଦରାମ ପୋଖରୀ ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଗଙ୍ଗା ଆବାହନ ସମୂହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମ ଏକାଦଶୀ ଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିବ। ବେଦ ପାଠ, ଘୃତଯଜ୍ଞ, ଅନଯଜ୍ଞ ପ୍ରଭୃତି କାର୍ଯ୍ୟକ୍ରମ କରାଯାଉଛି। ପ୍ରତେକ ଦିନ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ କଥାମୃତ ପ୍ରବଚନ କରାଯାଉଛି| ମାଘ ପୂର୍ଣ୍ଣିମାଦିନ ଘୃତ ଯଜ୍ଞ, ଯଜ୍ଞ, ଅନ୍ନ ଯଜ୍ଞ, ପୂର୍ଣ୍ଣ |ହୁତି ଓ ନଗର ପରିକ୍ରମା, ନାମ ସଂକୀର୍ତ୍ତନ ପ୍ରଭୃତି କାର୍ଯ୍ୟକ୍ରମ ରହିଛି I ଏଠାରେ ପ୍ରତିଷ୍ଠିତ ପଣ୍ଡିତ ଓ ପ୍ରବଚକ ଉପସ୍ଥିତ ରହି ଭକ୍ତ ମାନଙ୍କୁ ଜଗନ୍ନାଥ କଥାମୃତ ଶୁଣାଉଛନ୍ତି | ଆଜିର ଘୃତ ଯଜ୍ଞ କାର୍ଯ୍ୟକ୍ରମ ଚାଲୁ ରହିବା ସହ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ 10 ହଜାର ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ପ୍ରଦାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ