ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ

ବୁଗୁଡା , (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୬୬୪, ତାରିଖ ୮/୮/୨୫ ପ୍ରକାରେ ବୁଗୁଡା ବ୍ଲକର ପ୍ରଥମ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ କରସିଙ୍ଗି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଏଡିଏମ ସୁନିଲ କେରେକେଟା, ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ, ଏବିଡ଼ିଓ ଧର୍ମରାଜ ପରିଡା, ସିଡିପିଓ ବବିତା କୁମାରୀ ପଣ୍ଡା, ପୋଲିସ ଏସଆଇ ଅଜିତ କୁମାର ପରିଡା, ଏପିଓ ମୁଜିବର ରହମନ ମଲ୍ଲିକ, ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ବିଶ୍ୱାଳ ଓ ସମିତି ସଭ୍ୟ ଚିକୁ ବାରିକ ପ୍ରମୁଖ ଯୋଗଦେଇଥିଲେ। ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ୧୩୨ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥିରୁ ୧୨୮ ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ମାତ୍ର ୪ ଗୋଟି ସାମୁହିକ ଅଭିଯୋଗ ଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ କେବଳ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନ କାର୍ଡ ଅନ୍ତର୍ଭୁକ୍ତ ଥିଲା। କାର୍ଯ୍ୟକ୍ରମ ପରିଚାଳନା ପାଇଁ ବିଭିନ୍ନ ସରକାରୀ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ