ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି

ପୋଲସରା, (ଅନୀଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ କଣଛାଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଡିସେମ୍ବର ଏକ ତାରିଖ ସୋମବାର ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ପୋଲସରା ବିଡ଼ିଓ ଶଶୀ ଭୂଷଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ କଣଛାଇ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ମୋଟ ୫୮ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସମସ୍ତ ଅଭିଯୋଗ ବ୍ୟକ୍ତିଗତ ହୋଇଥିବା ବେଳେ ସେଥିରୁ ୧୫ ଟି ଅଭିଯୋଗ ଶିବିରରେ ସମାଧାନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ଏବିଡିଓ ସୋନମ୍ ବେହେରା, ବ୍ଳକ ପଶୁ ଚିକିତ୍ସା ଅଧିକାରୀ ଡାକ୍ତର ଭକ୍ତ ଚରଣ ଦଳାଇ, ଥାନାଧିକାରୀ କୌଶିକ ମାଝୀ, ସିଡିପିଓ ତିଳୋତ୍ତମା ରାଉତ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସରପଞ୍ଚ ଝୁନୁ ଦାସ, ସମିତି ସଭ୍ୟା ମାମାଜିନୀ ସ୍ବାଇଁ, ଜନଶୁଣାଣୀ ଅଫିସର ଲିପ୍ସା ରାଣୀ ଭଞ୍ଜ, ଖାଦ୍ୟ ଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜ୍ୟୋତ୍ସ୍ନା ରାଣୀ ଦେହୁରୀ, ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରୀପାଠୀ, ବ୍ଳକ ଯନ୍ତ୍ରୀ ରାମକୃଷ୍ଣ ସବର, ଗ୍ରାମ୍ଯ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜିବ ପାତ୍ର, କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ସନୁଜ୍ କୁମାର, ଯନ୍ତ୍ରୀ ଶ୍ରୀକାନ୍ତ ଜେନା ସମେତ ବିଭିନ୍ନ ବିଭାଗର କର୍ମଚାରୀ ଜନଶୁଣାଣୀରେ ଯୋଗଦେଇଥିଲେ। ପିଇଓ ନବୀନ ମହାରଣାଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ