ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି

ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ଅରଖପୁର ପଞ୍ଚାୟତରେ ମାର୍ଚ୍ଚ ୩୦ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ଵାବଧାନରେ ଅରଖପୁର ପଞ୍ଚାୟତ ସ୍ଥରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା। ଏହି ମିଳିତ ଜନଶୁଣାଣି ଶିବିରରେ ବୁଗୁଡା ତହସିଲଦାର ତାପସ ରାଉତ, ଆଇଆଇସି ସିତାଂଶୁ ଶେଖର ମାନ୍ଧାତା, ଏବିଡିଓ ଧର୍ମରାଜ ପରିଡା ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ମୋଟ ୪ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତଥିଲେ। ଅରଖପୁର ପଞ୍ଚାୟତ ପିଇଓ, ଏଡିଇଓ ଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ