ଅନ୍ତରପଡ଼ାରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି
ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ଅନ୍ତରପଡ଼ା ପଞ୍ଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ନଭେମ୍ବର ୧୦ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ବିଡ଼ିଓ ମହୋଦୟଙ୍କ ଅନୁପସ୍ଥିତରେ ବୁଗୁଡା ତହସିଲଦାର ତାପସ ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣୀ କାର୍ଯ୍ୟକ୍ରମରେ ଅନ୍ତରପଡ଼ା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ମୋଟ ୨୫ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥି ମଧ୍ୟରୁ ୨୪ ଟି ବ୍ୟକ୍ତିଗତ ଓ ଗୋଟିଏ ଗୋଷ୍ଠୀଗତ ଅଭିଯୋଗ ଥିଲା। ୨୧ ଟି ଅଭିଯୋଗ ଶିବିରରେ ସମାଧାନ ହୋଇଇଥିଲା। ବୁଗୁଡା ବ୍ଲକ ଜନଶୁଣାଣୀ ଅଧିକାରୀ ଜ୍ୟୋତିରଞ୍ଜନ ସାହୁଙ୍କ ଦ୍ୱାରା ପରିଚାଳିତ ଏହି ଜନଶୁଣାଣୀ ଶିବିରରେ ବୁଗୁଡା ଆଇଆଇସି ଶିତାଂଶୁ ଶେଖର ମାନ୍ଧାତା, ସିଡିପିଓ ବବିତା କୁମାରୀ ପଣ୍ଡା, ବ୍ଳକ ପ୍ରାଣୀଧନ ଚିକିତ୍ସାଧିକାରୀ, ସରପଞ୍ଚ ବସନ୍ତ କୁମାର ଶତପଥି ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗ୍ରହଣ କରିଥିଲେ। ସହକାରୀ କୃଷି ଅଧିକାରୀ, ସହକାରୀ ଉଦ୍ୟାନ ଅଧିକାରୀ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଏଏଫଓ ପ୍ରଭୃତି ଅଧିକାରୀ ବୃନ୍ଦ ଜନଶୁଣାଣୀରେ ଯୋଗଦେଇଥିଲେ। ପଞ୍ଚାୟତ ପିଇଓ, ଜିଆରଏସ୍, ଅଙ୍ଗନବାଡ଼ି କର୍ମୀଙ୍କ ସମେତ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।


