ବାଲିପଦରରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି
ବୁଗୁଡ଼ା,(ଅନୀଲ କୁମାର ମହାରଣା): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଡିସେମ୍ବର ୦୮ ତାରିଖରେ ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଡ଼ିଓ ଙ୍କ ଅନୁପସ୍ଥିତରେ ବୁଗୁଡ଼ା ତହସିଲଦାର ତାପସ ରାଉତଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମିଳିତ ଅଭିଯୋଗ କାର୍ଯ୍ୟକ୍ରମରେ ବାଲିପଦର ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ଗ୍ରାମରୁ ମୋଟ ୩୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୨୯ଟି ବ୍ୟକ୍ତିଗତ ଏବଂ ଗୋଟିଏ ଗୋଷ୍ଠୀଗତ ଅଭିଯୋଗ ଥିଲା। ଶିବିରରେ ୨୨ଟି ଅଭିଯୋଗର ସମାଧାନ କରାଯାଇଥିଲା। ବୁଗୁଡ଼ା ଏବିଡିଓ ଧର୍ମରାଜ ପରିଡା , ସିଡିପିଓ ବବିତା କୁମାରୀ ପଣ୍ଡା, ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଏହି ମିଳିତ ଜନଶୁଣାଣି ଶିବିରରେ ଉପସ୍ଥିତ ରହି ଅଭିଯୋଗ ଗ୍ରହଣ କରିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ, ବିଏସଏସଓ, ବାଲିପଦର ଅଞ୍ଚଳ କନିଷ୍ଠ ଯନ୍ତ୍ରୀ, ସହକାରୀ କୃଷି ଅଧିକାରୀ, ସହକାରୀ ଉଦ୍ୟାନ ଅଧିକାରୀ, ଏବିଇଓ, ଏଏଫଓ ଇତ୍ୟାଦି ଅଧିକାରୀମାନେ ଅଭିଯୋଗରେ ଯୋଗ ଦେଇଥିଲେ। ମିଳିତ ଜନଶୁଣାଣି ଅଧିକାରୀ ଜ୍ୟୋତି ରଞ୍ଜନ ସାହୁ ଶିବିର ପରିଚାଳନା କରିଥିଲେ। ପଞ୍ଚାୟତ ପିଇଓ ସୁଭମ ବେହେରା, ଜିଆରଏସ କେଦାରନାଥ ପ୍ରଧାନ, ଅଙ୍ଗନୱାଡି କର୍ମୀ ଏବଂ ବ୍ଲକ କର୍ମଚାରୀମାନେ ମଧ୍ୟ ସହଯୋଗ କରିଥିଲେ।


