ହାତୀଓଟରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି
ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ ୨୭/୦୧/୨୬ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଦୀପ୍ତିମୟୀ ପାତ୍ରଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହାତୀଓଟ ପଞ୍ଚାୟତର ଜନସାଧାରଣଙ୍କ ଠାରୁ ମୋଟ ୫୨ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥିମଧ୍ୟରୁ ୫୦ ଟି ବ୍ୟକ୍ତିଗତ ହୋଇଥିବା ବେଳେ ୨ ଟି ସାମୁହିକ ଅଭିଯୋଗ ଥିଲା। ଶିବିରରେ ତତ୍କାଳୀନ ୫ଟି ଘରପଟ୍ଟା ଦିଆଯାଇ ସମାଧାନ ହୋଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡ଼ିକର ସମାଧାନ କରିବା ପାଇଁ ପ୍ରୟାସ କରାଯିବ ବୋଲି ପ୍ରକାଶ କରିଥିଲେ। ଉକ୍ତ ଶିବିରରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ସାହୁ, ସମିତି ସଭ୍ୟ କାହ୍ନୁ ସାହୁ, ଏବିଡିଓ ସୋନମ୍ ବେହେରା, ଆଇନଜୀବୀ ସୁଶାନ୍ତ ସାହୁ, ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀହର୍ଷ ବାବୁ ଖାଡଙ୍ଗା, ସିଡିପିଓ ତିଳୋତ୍ତମା ରାଉତ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରୀପାଠୀ, ବ୍ଳକ ଯନ୍ତ୍ରୀ ସୁଧାଂଶୁ ପଟ୍ଟନାୟକ, ସମେତ ବିଭିନ୍ନ ବିଭାଗର କର୍ମଚାରୀ ଜନଶୁଣାଣୀରେ ଯୋଗଦେଇଥିଲେ। ଜନଶୁଣାଣୀ ଅଧିକାରୀଣୀ ଲିପ୍ସା ରାଣୀ ଭଞ୍ଜ ଶିବିର ପରିଚାଳନା କରିଥିବା ବେଳେ ପିଇଓ ବିରୂପାକ୍ଷ ଡାକୁଆ, ଏଡିଓ ଯୋଗେଶ୍ୱର ସ୍ବାଇଁ ସମେତ ଅଙ୍ଗନବାଡ଼ି କର୍ମୀ ଓ ବ୍ଳକର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।


