ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦଯାପିତ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚୟତ ଖେଳପଡିଆରେ ସାହାସପୁର ମହାବୀର ଆଥଲେଟିକ କ୍ଲବ ଆନୁକୂଲ୍ୟରେ ମଣିବାବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟିମ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ସାହାସପୁର ମହାବୀର ଆଥଲେଟିକ କ୍ଲବ ହଳଦୀଡିହ ର ମଣିବାବା କ୍ରିକେଟ କ୍ଲବକୁ ହରାଇ ଚମ୍ପିୟନ ହୋଇଛି। ପୁରସ୍କାର ବିତରଣୀ ଉତ୍ସବରେ କଂସାରେ ସରପଞ୍ଚ ସରୋଜିନୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ସମିତିସଭ୍ୟ ସରୋଜରଞ୍ଜନ ଜେନା, ପୂର୍ବତନ ସରପଞ୍ଚ ରବୀନ୍ଦ୍ରନାଥ ପଣ୍ଡା, ସମାଜସେବୀ ନିରଞ୍ଜନ ପରିଡା ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱାର୍ଡସଭ୍ୟ ଦେବେନ୍ଦ୍ର ଜେନା, ଗଜେନ୍ଦ୍ର ପରିଡା, ନିତ୍ୟାନନ୍ଦ ମହାନ୍ତି, ଅଗଣି ଚରଣ ରାଉତ, ସରପଞ୍ଚଙ୍କ ପ୍ରତିନିଧି ମନୋଜ ନାୟକ, ବବୁଲ ଜେନା, ବିଷ୍ଣୁପଦ ନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ