ପଞ୍ଚାୟତସ୍ତରୀୟ ବିକାଶ ଅଭିଯାନ ରଥ ଶୁଭାରମ୍ଭ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ) ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ଗ୍ରାମାଞ୍ଚଳରେ ପହଁଞ୍ଚାଇବା ପାଇଁ ଆଜି ବ୍ଲକ କାର୍ଯ୍ୟାଳୟରେ ଉଦଘାଟନ ହୋଇ ଯାଇଛି। ଏହି କାର୍ଯ୍ୟ କ୍ରମ ୧୨ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବ୍ଲକର ସମସ୍ତ ପଞ୍ଚାୟତ ଠାରେ ବିକାଶ ଅଭିଯାନ କାର୍ଯ୍ୟ କ୍ରମ ଆରମ୍ଭ ହେବ ବୋଲି ବ୍ଲକ ପ୍ରଶାସନ ନିର୍ଦେଶ ରହିଛି। ଏହି କାର୍ଯ୍ୟ କ୍ରମକୁ ସଦର   ପଞ୍ଚାୟତ ତରଫରୁ ପଞ୍ଚାୟତ ନିର୍ବାହୀ ଅଧୂକାରୀ ଶ୍ରୀ ଗଗନ ବିହାରୀ ପାଲାକାଙ୍କ ନେତୃତ୍ୱରେ ପଞ୍ଚାୟତ ସ୍ତରୀୟ ବିକାଶ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ଅମ୍ରିତା କାଡ୍ରାକା ଓ ସ୍ଥାନୀୟ ସରପଞ୍ଚ ବି. ଗୌତମ ସମସ୍ତ ଅଧୂକାରୀ ମାନଙ୍କ ଦ୍ବାରା ପତାକା ଦେଖାଇ ବିକାଶ ଭାରତ ଗାଡ଼ି ଉଦଘାଟନ କରିଥିଲେ | ପରେ ପରେ ଏଥିରେ ବନ ବିଭାଗ ପକ୍ଷରୁ ବ୍ଲକ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ | ଏଥିରେ ମୁଖ୍ୟ ଅତିଥ୍‌ ଭାବେ କଲ୍ୟାଣ ସିଂହପୁର ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ଅମ୍ରିତା କାଡ୍ରାକା ଉପସ୍ଥିତ ରହିଥ‌ିବା ବେଳେ,ସମ୍ମାନିତ ଅତିଥ୍‌ ଭାବେ କଲ୍ଯାଣସିଂହପୁର ବିଡ଼ିଓ ମନୀଷା ଦାସ ବ୍ଲକ ବି ଜେ ପି ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀ, ରାଜସ୍ବ ନିରୀକ୍ଷକ  ପଞ୍ଚାୟତର ପାଟବନ୍ଧ ଗ୍ରାମର ୭ଜଣ ହିତାଧୂକାରୀଙ୍କୁ ପଟ୍ଟା ବଣ୍ଟନ, ଅନ୍ତଃଦୟ ଗୃହ ଯୋଜନା ରେ ୧୮ଜଣ ହିତାଧୂକାରଙ୍କୁ କାର୍ଯ୍ୟଦେଶ ବଣ୍ଟନ କରି ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସ ବସରରେ କାର୍ଯ୍ୟକାରୀ କରାଯାଇଥିବା ଅନେକ ଜନ ହିତକାରୀ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଗ୍ରାମଞ୍ଚଳରେ ପଂହଁଚାଇବା ସଶକ୍ତ କରିବା ନିମନ୍ତେ ବ୍ଲକର କୃଷି ବିଭାଗ,ଶ୍ରମ ବିଭାଗ, ଉଦ୍ୟାନ କୃଷି ବିଭାଗ,ଜଳ ଓ ପରିମଳ ବିଭାଗ,ଜଳଛାୟା ବିଭାଗ, ସ୍ବାସ୍ଥ୍ୟ ବିଭାଗ ଭଳି ଅନେକ ବିଭାଗ ସହ ପଞ୍ଚାୟତ ସ୍ତରୀୟ  ସମସ୍ତ ଅଙ୍ଗନୱାଡି କର୍ମୀ,ଆଶା ଶା କର୍ମୀ, ଓଡ଼ିଶା ଜୀବିକା ମିଶନ ତରଫରୁ ବିଭିନ୍ନ “ସ୍ବୟଂ ସହାୟିକା” ଗୋଷ୍ଟିଙ୍କ ଦ୍ବାରା ମାଣ୍ଡିଆରେ ତିଆରି ପାରମ୍ପରିକ ଖାଦ୍ୟ ଓ ସ୍ଥାନୀୟ ପନିପରିବା ପ୍ରଦର୍ଷିତ କରାଯାଇଥିଲା | କାର୍ଯ୍ୟକ୍ରମକୁ ବ୍ଲକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଶ୍ୱେତମ ପ୍ରଧାନ,ଯୋଗାଣ ସହାୟକ ଶ୍ରୀକାନ୍ତ ମାଲେଟି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ