ପଞ୍ଚାୟତ ସ୍ତରୀୟ ଜନଶୁଣାଣି

ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଲକର ବାଲିପଦର ପଞ୍ଚାୟତରେ ୧୪-୪-୨୬ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ ସ୍ଥରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା। ଏହି ମିଳିତ ଜନଶୁଣାଣି ଶିବିରରେ ବୁଗୁଡା ଏବିଡିଓ ଧର୍ମରାଜ ପରିଡା ଓ ସିଡିପିଓ ବବିତା କୁମାରୀ ପଣ୍ଡା ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ମୋଟ ୩ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିରୁ ସମସ୍ତ ୩ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ସମସ୍ତ ଅଭିଯୋଗ ଶିବିରରେ ହିଁ ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ କର୍ମଚାରୀ ସମେତ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତଥିଲେ। ଜନଶୁଣାଣି ଅଧିକାରୀ ଜ୍ୟୋତି ରଞ୍ଜନ ସାହୁ ଶିବିର ପରିଚାଳନା କରିଥିଲେ। ବାଲିପଦର ପଞ୍ଚାୟତ ପିଇଓ ଶୁଭମ ବେହେରା, ଏଡିଇଓ କେଦାରନାଥ ପ୍ରଧାନଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ