ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ସୋମବାରରେ ଆୟୋଜିତ ହୋଇ ଆସୁଥିବା ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପ୍ରହସନ ପାଲଟିଥିବା ଜଣାପଡିଛି । ପଞ୍ଚାୟତରେ ବ୍ଳକ ପ୍ରଶାସନ ଏବଂ ନିର୍ବାଚନ ପ୍ରତିନିଧି ମାନେ କାର୍ଯ୍ୟକ୍ରମକୁ ଅବମାନନା ନ କରି ନିଜର ଦାୟିତ୍ଵ ନିର୍ବାହ କରି ଆସୁଥିବା ବେଳେ ଶୁଣାଣୀରେ ଅଭିଯୋଗ କାରୀଙ୍କ ସଂଖ୍ୟା କମ୍ ଦେଖିବାକୁ ମିଳୁଛି । ଏନେଇ ସୋମବାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବି . ତୁରୁବୁଡି ପଞ୍ଚାୟତରେ ବିଡ଼ିଓ ଅନାମିକା ପାଣ୍ଡେଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଅଭିଯୋଗ ଶୁଣାଣୀରେ ମାତ୍ର ୧୪ ଜଣ ଅଭିଯୋଗ ପତ୍ର ଦାଖଲ କରିଥିବା ଜଣାପଡିଛି। ଏହି ଜନ ଶୁଣାଣୀ ସମୟରେ ବ୍ରହ୍ମପୁର ଡେପୁଟି କମିଶନର ତଥା କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ କଲ୍ୟାଣୀ ସଂଘମିତ୍ରା ଦେବୀ , ତହସିଲଦାର ସନ୍ତୋଷ କୁମାର ସାହୁ , ସ୍ଥାନୀୟ ସରପଞ୍ଚ ଲିଙ୍ଗରାଜ ଦୋରା, ସମିତି ସଭ୍ୟ ଗଣେଶ ମଳିକ , ନାଏବ ସରପଞ୍ଚ ପ୍ରମିଳା ବେହେରା , ଗ୍ରାମ ପଞ୍ଚାୟତ ଅଧିକାରିଣୀ ରୋଜାଲିନ୍ ଦଳାଇ , ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ରଶ୍ମୀ ପ୍ରକାଶିନୀ ଜାନୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ସଞ୍ଜୁଲତା ବେହେରା , ରାଜସ୍ବ ନୀରିକ୍ଷକ ଯଜ୍ଞ ବେହେରା , ଏଡିଓ ରାଜାରାମ ଦାସ , ପ୍ରାଣୀ ଚିକିତ୍ସକ ମଧୁସ୍ମିତା ପଣ୍ଡା , ଉଦ୍ୟାନ ସଂପ୍ରସାରଣ କର୍ମଚାରୀ ପ୍ରଦୀପ କୁମାର ସେଠୀ , ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ଡ୍ରେନେଜ ବିଭାଗ ସହକାରୀ ଯନ୍ତ୍ରୀ ଇଂ ଭଗବାନ ରଥ , ମୃତ୍ତିକା ସଂରକ୍ଷଣ ପରାମର୍ଶଦାତା ଜଗଦୀଶ ମହାନ୍ତି  ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ