ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି ଶିବିର

ବୁଗୁଡ଼ା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ବ୍ଲକର୍ ଶଙ୍କୁରୁ ପଞ୍ଚାୟତ ପରିସରରେ ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ଵାବଧାନରେ ମିଳିତ ଜନଶୁଣାଣି ଶିବିର ଡିସେମ୍ବର ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇଥିବା ବେଳେ ନୋଡାଲ ଅଫିସର ଭାବେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେରକେଟ୍ଟାଙ୍କ ସମେତ ତହସିଲଦାର ତାପସ ରାଉତ  ଉପସ୍ଥିତ ରହି  ଲୋକମାନଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ । ଏଥିରେ ମୋଟ ୩୪ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିବାବେଳେ ୨୯ ଗୋଟି ବ୍ୟକ୍ତିଗତ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା। ୫ ଗୋଟି ସାମୁହିକ ଅଭିଯୋଗର ଶୀଘ୍ର ସମାଧାନ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଥିଲେ। ଏହା ସହ ମନ୍ତ୍ରୀ ୪ ଜଣଙ୍କୁ ନୂତନ ବାର୍ଦ୍ଧକ୍ୟ ଭର୍ତ୍ତା କାର୍ଡ ବଣ୍ଟନ କରିଥିଲେ। ବୀମା କମ୍ପାନୀ ଚାଷୀମାନଙ୍କୁ ଠକୁଥିବା ଅଭିଯୋଗ ଚାଷୀଙ୍କ ପକ୍ଷରୁ ହୋଇଥିବା ବେଳେ ଏନେଇ ଜିଲ୍ଲାପାଳଙ୍କୁ ଜଣାହୋଇଛି ଏବଂ ଚାଷୀଙ୍କୁ ଉପଯୁକ୍ତ ବୀମା ରାଶି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ଶଙ୍କୁରୁ ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ରାଉତ, ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ସିଡିପିଓ ବବିତା କୁମାରୀ ପଣ୍ଡା ସମେତ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ