ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ୨୦୨୫-୨୬

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ୨୦୨୫-୨୬ ପଞ୍ଚାୟତ ସଭାଗୃହରେ ୧୨-୩-୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ, ବୁଗୁଡା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବୁଗୁଡା ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଓ ମାଣିତରା ସୁପ୍ରଭାଇଜର ଗୀତାଞ୍ଜଳି ବଡମୁଣ୍ଡିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପଞ୍ଚାୟତ ସ୍ତରୀୟ କିଶୋରୀ ମେଳାରେ ମାଣିତରା ପଞ୍ଚାୟତ ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା, ସମିତି ମେମ୍ବର ଜୟଦେବ ପ୍ରଧାନ, ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ୱାଇଁ, ଶିକ୍ଷକ ଖଦାଳ ରାଉତ, ଚନ୍ଦନ କୁମାର ରାଉତ ଅତିଥିଭାବେ ଯୋଗଦେଇଥିଲେ। ପଞ୍ଚାୟତର ବହୁ କିଶୋରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠିତ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ତିନୋଟି ବିଭାଗରେ ପ୍ରତିଯୋଗିତା ହୋଇ କୃତିତ୍ୱ ହାସଲ କରଥିବା ତିନି ଜଣ କିଶୋରୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା। ମାଣିତରା ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ। ଶେଷରେ ଅଙ୍ଗନୱାଡି କର୍ମୀ ଆରତୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ