ପଞ୍ଚାୟତ ପ୍ରିମିୟର ଲିଗ୍ ଉଦ୍ଯାପିତ: ମୁନ୍ ଷ୍ଟାର ୧୧ ଚମ୍ପିୟନ
ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ପଳାସଗଢିଆ ଓଡିଶା ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ଖେଳ ପଡିଆ ଠାରେ ଗତ ୧୦ ତାରିଖ ଠାରୁ ଚାଲିଥିବା ପଞ୍ଚାୟତ ପ୍ରିମିୟର ଲିଗ୍ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି । ଏଥିରେ ମୁନ୍ ଷ୍ଟାର ୧୧ ଚମ୍ପିୟନ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ଦଳ ଭାଗ ନେଇଥିବା ବେଳେ ୬ଟି ଲିଗ୍ ଓ ୨ଟି ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଆଜିର ଫାଇନାଲ ମ୍ୟାଚ୍ ଏମ.ବି.ସି.ଟି ନିଳୋକ ଓ ମୁନ୍ ଷ୍ଟାର ୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମୁନ୍ ଷ୍ଟାର ୧୧ ଟସ୍ ଜିତି ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଏମ.ବି.ସି.ଟି ନିଳୋକ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୩୮ ରନ୍ କରିଥିଲା । ଜବାବରେ ମୁନ୍ ଷ୍ଟାର ୧୧ ୨.୫ ଓଭରରେ କୌଣସି ଉଇକେଟ ନ ହରାଇ ୪୧ ରନ୍ କରି ବିଜୟୀ ହେବା ସହ ଚମ୍ପିୟନ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ମୁନ୍ ଷ୍ଟାର ୧୧ର ରାହୁଲ ମହାନ୍ତି ମ୍ୟାନ୍ ଅଫ ଦି ମ୍ୟାଚ୍, ଏମ.ବି.ସି.ଟି ନିଳୋକର ଖେଳାଳୀ ସୁରେଶ ସାହାଣୀ ସର୍ବାଧିକ ରନ୍ କରି ଅରେଞ୍ଜ କ୍ୟାପ୍ ଓ ଅନୀଲ କୁମାର ଲେଙ୍କା ସର୍ବାଧିକ ଉଇକେଟ ନେଇ ପରର୍ପଲ କ୍ୟାପ ବିବେଚିତ ହୋଇଥିଲେ । ଅମ୍ପାୟର ଭାବେ ଗଜେନ୍ଦ୍ର ଲେଙ୍କା, ଅଶୋକ ରାଉତ, ଭାଷ୍ୟକାର ଭାବେ ତାରାକାନ୍ତ ବେହେରା, ବିଜୟାନନ୍ଦ ଦାସ, ସ୍କୋରର ଭାବେ ସୁବ୍ରତ ନାୟକ ଦାୟୀତ୍ୱ ତୁଲଇଥିଲେ । ପୁରସ୍କାର ବିତରଣୀ ସଭାରେ ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି, ଅନିରୁଦ୍ଧ ନାୟକ, ହରେକୃଷ୍ଣ ସେନାପତି, ସତ୍ୟବ୍ରତ ସେନାପତି ଅତିଥି ଭାବେ ଯୋଗ ଦେଇ ଚମ୍ପିୟନ ଓ ରନର୍ସ ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।