ପଞ୍ଚୁଗୋଛିଆରେ ପଞ୍ଚାୟତ ପ୍ରିମିୟମ ଲିଗ, ଭିକ୍ଟୋରୀ ଭାଇପର୍ସ ଓ ଇଲାଇଟ ଇଲେଭେନ ବିଜୟୀ
ହାଟଡିହି (ଓ୍ବାଇଏନଏସ): ପଞ୍ଚୁଗୋଛିଆ ପଞ୍ଚାୟତ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ପଞ୍ଚାୟତ ପ୍ରିମିୟର ଲିଗ ୨୦୨୫ ର ଆଜି ଦ୍ୱିତୀୟ ଦିନର ଖେଳ ମା ଜାଗୁଳାଇ ପଡିଆ, ଯଶୋବନ୍ତପୁରରେ ଅନୁଷ୍ଠିତ ହୋଇଯାଇଛି ।ପଞ୍ଚୁଗୋଛିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀନେଶ କୁମାର ସେଠି, ପିଇଓ ମହେଶ୍ୱର ସାହୁ ଏବଂ ଜିଆରଏସ ସାହାବୁଦ୍ଦିନ ସଫିକ ମ୍ୟାଚର ଶୁଭାରମ୍ଭ କରିଥିଲେ l ପ୍ରଥମ ମ୍ୟାଚରେ ଭିକ୍ଟୋରୀ ଭାଇପର୍ସ ଟସ ଜିତି ଦୁର୍ଗା ୱାରିଅର୍ସ କୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା। ଦୁର୍ଗା ୱାରିଅର୍ସ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟ ହରାଇ ୯୫ ରନ କରିବାକୁ ସକ୍ଷମ ହୋଇଥିଲା। ପରେ ଭିକ୍ଟୋରୀ ଭାଇପର୍ସ ହାତରେ ୯ ଗୋଟି ବଲ ବାକି ଥାଇ ୫ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ଦୀପକ ସାହୁ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ । ସେହିଭଳି ଦ୍ୱିତୀୟ ମ୍ୟାଚରେ ରୟାଲ ବୁଲସ ଟସ ଜିତି ଇଲାଇଟ ଇଲେଭେନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୧୦ ଓଭରରେ ୬ ଗୋଟି ଉଇକେଟ ହରାଇ ୧୦୫ ରନ କରିଥିଲା । ୧୦୬ ରନର ବିଜୟ ଲକ୍ଷ ନେଇ ପଡିଆ କୁ ଓଲ୍ହାଇଥିବା ଇଲାଇଟ ଇଲେଭେନ ଦଳ ବ୍ୟାଟିଂ ପ୍ରଥମେ ବିପର୍ଯୟର ସଂମ୍ମୁଖୀନ ହୋଇ ମଧ୍ୟ ଶେଷ ଭାଗରେ ରୋମାଞ୍ଚଭରା ଖେଳ ପ୍ରଦର୍ଶନ କରି ଚାରି ଉଇକେଟରେ ମ୍ୟାଚ ଜିତି ନେଇଥିଲା । ଶ୍ରୀଧର ଓଝା ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ। ଅମ୍ପାୟାର ଭାବେ ସତ୍ୟବ୍ରତ ସାହୁ, ନିରଞ୍ଜନବାରିକ ଓ ରବୀନ୍ଦ୍ର ରାଉତ ମ୍ୟାଚ ପରିଚାଳନା କରିଥିଲେ l ସ୍କୋରର ଭାବେ ବିଶ୍ୱଜିତ ରଣା, ମଳୟ ମଲ୍ଲିକ ଓ ବିବେକାନନ୍ଦ ବେହେରା, ଭାଷ୍ୟକାର ଭାବେ ଚୈତନ୍ୟ କାଣ୍ଡି ଓ ଅରବିନ୍ଦ ବେହେରା ଦାୟିତ୍ୱ ନିର୍ବାହ କରିଥିଲେ । କ୍ଲବର ସମସ୍ତ ମେମ୍ବର ମାନେ ମ୍ୟାଚ ପରିଚାଳନା କରିଥିଲେ ।


