ପଞ୍ଚୁଗୋଛିଆରେ ପଞ୍ଚାୟତ ପ୍ରିମିୟମ ଲିଗ ଅନୁଷ୍ଠିତ

ହାଟଡିହି (ଓ୍ବାଇଏନଏସ): ପଞ୍ଚୁଗୋଛିଆ ପଞ୍ଚାୟତ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ପଞ୍ଚାୟତ ପ୍ରିମିୟର ଲିଗ ୨୦୨୫ ର ଆଜି ଦ୍ୱିତୀୟ ଦିନର ଖେଳ ମହନ୍ତ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଦେବ ରଞ୍ଜନ ସାହୁ  ଅନୁଷ୍ଠାନିକ ଭାବେ ଖେଳ ଆରମ୍ଭ କରିଥିଲେ। ପ୍ରଥମ ମ୍ୟାଚରେ ଦୁର୍ଗା ୱାରିଅର୍ସ ଟସ ଜିତି ଫ୍ଲାଇଙ୍ଗ ଏଭିଏଟରକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା । ଫ୍ଲାଇଙ୍ଗ ଏଭିଏଟର ଦଳ ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟ ହରାଇ ୯୭ରନ କରିବାକୁ ସକ୍ଷମ  ହୋଇଥିଲା । ପରେ ଦୁର୍ଗା ୱାରିଅର୍ସ ୯ ଓଭର ୩ ଟି ବଲରେ ୬ ଗୋଟି ଉଇକେଟ ହରାଇ ଆବଶ୍ୟକୀୟ ରନ ହାସଲ କରିନେଇଥିଲା। ବବୁଲ ଜେନା ଉର୍ନ୍ନତ ଖେଳ ପ୍ରଦର୍ଶନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ ।ସେହିଭଳି ଦ୍ୱିତୀୟ ମ୍ୟାଚରେ ଇଣ୍ଡସ ଇଲେଭେନ ଭକ୍ଟୋରି  ଭାଇପର୍ସ ବିପକ୍ଷରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭକ୍ଟୋରି  ଭାଇପର୍ସ ନିର୍ଦ୍ଧାରିତ ୧୦ ଓଭରରେ ୭ ଗୋଟି ଉଇକେଟ ହରାଇ ୧୧୪ ରନ କରିଥିଲା। ୧୧୫ ରନର ବିଜୟ ଲକ୍ଷ ନେଇ ପଡିଆ କୁ ଓଲ୍ହାଇଥିବା  ଇଣ୍ଡସ ଇଲେଭେନ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୯ ଉଇକେଟ ହରାଇ ୧୦୧ ରନ କରିବାକୁ ସକ୍ଷମ ହୋଇଥିଲା । ଭିକ୍ଟୋରି ଭାଇପର୍ସ ୧୩ ରନରେ ମ୍ୟାଚ ଜିତି ନେଇଥିଲା। ସତ୍ୟପ୍ରିୟ ନାୟକ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ । ଅମ୍ପାୟାର ଭାବେ ସତ୍ୟବ୍ରତ ସାହୁ ଓ ନିରଞ୍ଜନବାରିକ ମ୍ୟାଚ ପରିଚାଳନା କରିଥିଲେ। ସ୍କୋରର ଭାବେ ସୂର୍ଯ୍ୟକାନ୍ତ ଜେନା, ବୁଦ୍ଧଦେବ ଜେନା, ସ୍ୱୟଂ ପ୍ରକାଶ  ମଲ୍ଲିକ ଓ ବିବେକାନନ୍ଦ ବେହେରା, ଭାଷ୍ୟକାର ଭାବେ ଚୈତନ୍ୟ କାଣ୍ଡି ଓ ଧ୍ୟାନ ରଞ୍ଜନ ଦାସ ଦାୟିତ୍ୱ ନିର୍ବାହ କରିଥିଲେ। କ୍ଲବର ସମସ୍ତ ମେମ୍ବର ମାନେ ମ୍ୟାଚ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ