ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ପଞ୍ଚାୟତ ବାସୀ: ଦାବୀ ପୂରଣ ନହେଲେ ଆସନ୍ତା ୨୪ରୁ ଧାରଣା
ଛତ୍ରପୁର (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ମାନଚିତ୍ର ରେ ଆର୍ଯ୍ୟପଲ୍ଲୀ ଲିଭି ଯିବ ? ଦିନକୁ ଦିନ ସମୁଦ୍ର ଲଂଘି ବା ରେ ଲାଗିଛି, ସମୁଦ୍ର ଏବେ ଗାଁ ଠାରୁ ୩୦ ମିଟର ଦୂରତା ରହିଛି, ଯାହାଫଳ ରେ ଆର୍ଯ୍ୟପଲ୍ଲୀ ପଂଚାୟତ ବାସୀ ଭୟ ଭିତ ଅବସ୍ଥା ରେ ରହିଛନ୍ତି, ଏହାର ସୁବ୍ୟବସ୍ଥା କରିବା ନିମନ୍ତେ ପଂଚାୟତବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ, ଗୋପାଳପୁରବନ୍ଦର କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାର ଙ୍କ ଅବଗତ କରାଯାଇଥିଲେ ସୁଦ୍ଧା କୋଣସି ଏ ପର୍ଯ୍ୟନ୍ତ ପ୍ରତିକାର ବ୍ୟବସ୍ଥା କରାଯାଇ ନାହିଁ, ଧର୍ମ କୁ ଆଖି ଠାର ଭଳି ଗୋପାଳପୁର ବନ୍ଦର ପକ୍ଷରୁ ଅଳ୍ପ କିଛି ସ୍ଥାନ ରେ ପଥର ପକାଇ ନିଜ ଦାୟିତ୍ୱ ତୁଲାଇ ଭଳି ଅଭିନୟ କରୁଛନ୍ତି, ସେପଟେ ଜିଲ୍ଲା ପ୍ରଶାସନ ର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଅଂଚଳ କୁ ଯାଇ ବୁଲି ଦେଖି ଚୁପ ବସିଛନ୍ତି, ଗୋଟେ ପଟେ ମତ୍ସ୍ୟଜୀବି ମାନେ ନିଜ ପେଟ ପାଟଣା ନିମନ୍ତେ ଚିନ୍ତା ରହିଥିବା ବେଳେ ଏବେ ନା ଗାଁ ଲୀନ ଆଶଙ୍କା ନେଇ ବହୁତ ଭୟ ଭିତ ରହିଛନ୍ତି, ଗତ ଦୁଇ ଦିନ ଭିତରେ ସମୁଦ୍ର ଅଶାନ୍ତ ଯୋଗୁଁ କୁଳ ଲଙ୍ଘିବା ଲାଗିଛି, ଯାହାଫ ଳରେ ୪ ଟି ଛୋଟ ମନ୍ଦିର ରେ ମାଟି ରେ ମିଶି ଗଲାଣି, ବର୍ତମାନ ଗୋପାଳପୁର ପୋର୍ଟ କୁ ପରିଚାଳନା କରୁଥିବା ଆଦାନୀ ଗ୍ରୁପ ଅଧିକାରୀଙ୍କ ଚୁକ୍ତି ଖିଲାପ ଓ ମନମୂଖୀ କାର୍ଯ୍ୟକଳାପ ଯୋଗୁଁ ଆର୍ଯ୍ୟପଲ୍ଲୀ ଫଚାୟତ ସମୁଦ୍ର ବେଳାଭୂମିର ପରିବେଶ ଓ ଭୌଗଳିକ ସ୍ଥିତି ନଷ୍ଟ ହୋଇ ପ୍ରାୟ ୧୦, ୦୦୦ରୁ ଉର୍ଧ୍ଵ ପଂଚାୟତ ବାସିନ୍ଦାଙ୍କ ଧନ ଓ ଜୀବନ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ଆଶଙ୍କା ରହିଛି, ଏହାର ତୁରନ୍ତ ସୁବ୍ୟସ୍ଥା କରିବା ସକାଶେ ୫ଦାବୀ ନେଇ ଆଜି ଆର୍ଯ୍ୟପଲ୍ଲୀ ପଂଚାୟତ ର ଭଦ୍ର ମଣ୍ଡଳୀ ପକ୍ଷରୁ ଗଞ୍ଜାମ ଜିଲ୍ଲପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି, ସେମାନଙ୍କ ଦାବୀ ଯଥା ଶୀଘ୍ର ପୂରଣ ନ ହେଲେ ଆସନ୍ତା ୨୪ ରିଖ ଠାରୁ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଗୋପାଳପୁର ବନ୍ଦର ର ମୁଖ୍ୟ ଦ୍ୱାରା ସମ୍ମୁଖରେ ରେ ଧାରଣା ଦିଆଯିବ ବୋଲି ସୂଚନା ଦେଇଛନ୍ତି, ଅଶାନ୍ତ ସମୁଦ୍ରର ଢେଉ କୂଳ ନ ଲଙ୍ଘିବା ସକାଶେ ସମୁଦ୍ର ବେଳାଭୂମିରେ ତୁରନ୍ତ ପଥର ପାଚେରୀ ନିର୍ମାଣ କରିବା, ନଷ୍ଟ ହୋଇ ରହିଥିବା ଗୋପାଳପୁର ପୋର୍ଟର ଫିସେରୀ ଜେଟିର ପୁନଃଉଦ୍ଧାର ଓ ପୁନଃ ନିର୍ମାଣ କରି ଏହାକୁ ବର୍ଷ ତମାମ ମତ୍ସ୍ୟ ଜୀବି ମାନଙ୍କ ଡ଼ଙ୍ଗା ଗୁଡିକର ଯାତାୟତ କରିବା ସକାଶେ ଡ୍ରେଜିଙ୍ଗ କରାଯାଉ,
ମତ୍ସ୍ୟଜିବୀମାନଙ୍କୁ ବାତ୍ୟା, ଖରା, ବର୍ଷା ଓ ଶୀତର ପ୍ରକୋପରୁ ବଂଚାଇବା ସହିତ ଜାଲ ଓ ଡ଼ଙ୍ଗା ରହିବା ସକାଶେ ସମୁଦ୍ର କୂଳ ନିକଟରେ ଆଶ୍ରୟସ୍ଥଳୀ ସ୍ଥାପନା କରି ସେଥରେ ପାନୀୟ ଜଳ, ଶୌଚାଳୟ ଓ ଫିସେରୀ ଜେଟି ଠାରୁ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ ପର୍ଯ୍ୟନ୍ତ ରାତ୍ର ସମୟରେ ଲାଇଟ୍ ର ବ୍ୟବସ୍ଥା କରାଯାଉ,ଫିସେରୀ ଜେଟିର ଅର୍ଦ୍ଧ ଭଗ୍ନ ଅବସ୍ଥା ଥିବା ପୁରୁଣା କାନ୍ଥ ଯାଇ ତାହାକୁ ସଫା କରାଯାଉ ଏବଂ ୨୦୧୬ ମସିହାରେ ଫିସେରୀ ଜେଟି ନିର୍ମାଣ ସକାଶେ ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଓ ଏଥି ସକାଶେ ଜିଲ୍ଲା ପ୍ରଶାସନଙ୍କ ଦ୍ଵାରର ଜାଗା ଚିହ୍ନଟ ଏବଂ କେନ୍ଦ୍ରୀୟ ଟିମ୍ ଦ୍ବାର ପରୀକ୍ଷା ହୋଇ ରହିଥିବା ସ୍ଥାନରେ ତୁରନ୍ତ ନୂତନ ଫିସେରୀ ଜେଟି ନିର୍ମାଣ କରାଯାଉ ବୋଲି ସେମାନେ ଉକ୍ତ ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି, ଏହି ଦାବୀ ପତ୍ର ପ୍ରଦାନ ବେଳେ ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସାଧାରଣ ସମ୍ପାଦକ ଏମ. ଦିଲ୍ଲୀପ, ମତ୍ସ୍ୟଜୀବି ନେତା ଵି. ଭୀମସେନ, ଏନ. ଦିନବନ୍ଧୁ, କେ. ଦାଶରଥୀ, ପି. ରାମବାବୁ, ଧର୍ମରାଜୂ, ଏଲ ଏରୟା ଓ ଜେ ଚି଼ନେୟା ଙ୍କ ସମେତ ବହୁ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।