ଧର୍ମ ପରାୟଣ ମହିଳାଙ୍କ ପରଲୋକ
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ଚୋରଗଡିଆ ଗ୍ରାମର ସୁନାମଣି ଦାସ ଙ୍କ ୭୯ବର୍ଷ ବୟସରେ ଗତ ରବିବାର ରାତିରେ ପରଲୋକ ଘଟିଛି। ସେ ଜଣେ ଧର୍ମ ପରାୟଣ, ପରୋପକାରୀ, ଭାଗବତ ପ୍ରେମୀ ମହିଳା ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ରମେଶ, ନିରାକାର, ବୀରବର, ନାତି ମନୋରଞ୍ଜନ, ସ୍ମ୍ତତି ରଞ୍ଜନ, ଜିବନଜ୍ୟୋତିଙ୍କ ସମେତ ପରିବାର ଲୋକେ ଉପସ୍ଥିତ ଥିଲେ। ପରଲୋକ ଖବର ପାଇ କୋଦଣ୍ଡଧର ଦାସ, ପ୍ରହଲ୍ଲାଦ ଦାସ, ରବୀନ୍ଦ୍ର ଦାସ, ଅନାଦି ଦାସ, ଅଜୟ ଦାସ, ନରେନ୍ଦ୍ର ସାମଲ, ଦାମୋଦର ନାୟକ, ସଞ୍ଜୀବ ନାୟକ, ଲଛମନ ବେହେରାଙ୍କ ସମେତ ଅନେକ ଗ୍ରାମବାସୀ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରିବା ପରେ ଗାଁ ଶ୍ମଶାନ ରେ ଶେଷକୃତ୍ୟ ସଂପନ୍ନ କରଯାଇଥିଲା। ବୀରବର ଦାସ ମୁଖାଗ୍ନି ଦେଇଥିଲେ।