ପଞ୍ଚାୟତ ସମିତି ବୈଠକ

ବେତନଟୀ ( ଉଦିତ କୁମାର ପରିଡା ) :ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ଦ୍ୱିତୀୟ ବର୍ଷ ପ୍ରକଳ୍ପ ଅନୁମୋଦନ ନିମନ୍ତେ ବୁଧବାର ଏକ ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସୁତାରଙ୍କ ସଂଯୋଜନା ଓ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି, ବ୍ଲକ ଉପାଧ୍ୟକ୍ଷ ଦେବଦତ୍ତ ତିଆଡ଼ି, ବେତନଟୀ ଜିଲ୍ଲା ପରିଷଦ ବିଶ୍ୱନାଥ ହେମ୍ବ୍ରମ, ୩୬ ନମ୍ବର ଜିଲ୍ଲା ପରିଷଦ ସବିତା ଦାସ, ୩୭ନମ୍ବର ଜିଲ୍ଲା ପରିଷଦ ଧାନୀ କିସ୍କୁ, ଏ ବିଡ଼ିଓ ଗଗନ ବେହେରା, ସହକାରୀ ଯନ୍ତ୍ରୀ ସୌମ୍ୟଶ୍ରୀ ଭୋଇ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବେତନଟୀ ବ୍ଲକର ସମସ୍ତ ଜିଲ୍ଲାପରିଷଦ, ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇ ନିଜ ନିଜ ପଞ୍ଚାୟତରୁ ବ୍ଲକକୁ ପଠାଇଥିବା ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ମଧ୍ୟରେ କିଛି ଜନପ୍ରତିନିଧିମାନେ ନିଜ ଅସନ୍ତୋଷ ଜାହିର କରିଥିଲେ ଯେ ଯେପରି ପଞ୍ଚାୟତରୁ ପଲ୍ଲୀସଭା ଗ୍ରାମସଭା ରୁ ପାସ ହୋଇ ବ୍ଲକ କୁ ଆସୁଥିବା ପ୍ରକଳ୍ପଗୁଡିକୁ କାଟି ଦିଆ ଯାଇ ସେଥିରେ ନୂଆ ପ୍ରକଳ୍ପ ପୂରେଇଦିଆ ଯାଉଛି। ଯଦି ସରପଞ୍ଚ ଓ ସମିତି ସଭ୍ୟ, ଜିଲ୍ଲାପରିଷଦଙ୍କ ପ୍ରକଳ୍ପକୁ କାଟିଦିଆଯିବ ତ ମିଟିଂ କୁ ଆମକୁ କଣ ପାଇ ଡାକି ଲୋକହସା କରୁଛନ୍ତି ବୋଲି କହି ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ବ୍ଲକ ମୋଟ ବଜେଟର ୪୦ % ପ୍ରକଳ୍ପ ବିଧାୟକ ସିଧାସଳଖ ଦେଇପାରିବେ ବୋଲି ସୂଚନା ମିଳିଥିଲା। ବଜେଟର ଆଉ ୬୦% ପ୍ରକଳ୍ପକୁ ବ୍ଲକକୁ ଆସିଥିବା ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦଙ୍କ ପ୍ରସ୍ତାବକୁ ଅନୁମୋଦନ କରାଯିବା ନେଇ ଜଣାପଡିଥିଲା। ବଜେଟର ୬୦% ର ଅଢେଇ ଗୁଣ ଟଙ୍କାର ପ୍ରକଳ୍ପ ଜନପ୍ରତିନିଧି ମାନେ ପାଇବେ ବୋଲି ବିଡ଼ିଓ କହିବା ପରେ ଜନପ୍ରତିନିଧିମାନେ ଏକଥା କୁ ବିଶ୍ୱାସ କରିନଥିଲେ। ଜନପ୍ରତିନିଧମାନେ ନିଜ ନିଜ ପଞ୍ଚାୟତରୁ ପଠାଇ ଥିବା ପ୍ରକଳ୍ପଗୁଡିକ କଟାଯାଇଥିବା ଦେଖି ବ୍ଲକ ଉପାଧ୍ୟକ୍ଷା ଦେବଦତ୍ତ ତିଆଡ଼ି ଓ ବିଡ଼ିଓଙ୍କ ମଧ୍ୟରେ କିଛି ସମୟ ପାଇ କଥା କଟାକଟି ଦେଖିବାକୁ ମିଳିଥିଲା। ପଞ୍ଚାୟତରୁ ଆସିଥିବା ପ୍ରକଳ୍ପଗୁଡିକୁ ବାଦ ଦେଇ କେଉଁମାନଙ୍କ ପ୍ରକଳ୍ପକୁ ଏଥିରେ ସ୍ଥାନ ଦିଆ ଯାଉଛି ଏନେଇ ଜନପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ତତସହିତ କେଉଁ ସରକାରୀ ଅଧିକାରୀ ଏହି ପ୍ରକଳ୍ପର ଆବଶ୍ୟକତା ନେଇ ଯାଞ୍ଚ କରିଥିଲେ ବୋଲି ସଠିଲୋ ସମିତି ସଭ୍ୟ କିଶୋର ନାୟକ ପ୍ରଶ୍ନ କରିଥିଲେ।ପଞ୍ଚାୟତର ଅଜ୍ଞାତରେ ସ୍ଥାନ ପାଇଥିବା ପ୍ରକଳ୍ପ ଗୁଡିକୁ ବ୍ଲକ କିପରି ଅନୁମତି ଦେଲେ ସେ ନେଇ ପ୍ରଶ୍ନ ପଚାରିବାରୁ ବିଡ଼ିଓ କହିଥିଲେ ଆମ ଟେକ୍ନିକାଲ ଟିମ ( ସହକାରୀ ଯନ୍ତ୍ରୀ ସୌମ୍ୟଶ୍ରୀ ଭୋଇ ଓ ଜେ ଇ ଇ ମାନେ) ଯାଞ୍ଚ କରି ଏହି ପ୍ରକଳ୍ପଗୁଡିକୁ ଅନୁମୋଦନ କରିଛନ୍ତି । ତେବେ ଅଭିଯୋଗ ଅନୁସାରେ ପୂର୍ବ ବର୍ଷର ପ୍ରକଳ୍ପଗୁଡିକ ଏବେ ସୁଦ୍ଧା କାର୍ଯ୍ୟାଦେଶ ଆସିନଥିବା ବେଳେ ପୁଣି ଦ୍ୱିତୀୟ ବର୍ଷ ପାଇଁ ପ୍ରକଳ୍ପ କିପରି ମଗାଯାଉଛି ଓ କଟାଯାଉଛି ସେ ନେଇ ଅସନ୍ତୋଷ ଦେଖାଦେଇଥିଲା। ଏଣୁ ଏସବୁ ସମସ୍ୟା ଆଗକୁ ସମାଧାନ ନହେଲେ ଜନପ୍ରତିନିଧିମାନେ ଆଗାମୀ ପଞ୍ଚାୟତ ସମିତି ବୈଠକକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ବୈଠକରେ ବିଧାୟକ ସବୁ ଶୁଣି ଚୁପ ଚାପ ବସିରହିଥିବା ବେଳେ କିଛି ସମୟରେ ପରେ କୌଣସି କାର୍ଯ୍ୟ ଅଛି କହି ଉଠି ପଳାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ