ବିଜେପି କାର୍ଯ୍ୟାଳୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପ୍ରସ୍ତୁତି ବୈଠକ

ବାଲେଶ୍ବର(ସରୋଜ ପଣ୍ଡା): ସୋମବାର ଅପରାହ୍ନ ୪ ଘଟିକା ସମୟରେ ରେମୁଣା ବିଜେପି କାର୍ଯ୍ୟାଳୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରେମୁଣା ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରିଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ନନ୍ଦ, ସଦର ବ୍ଲକ ରେମୁଣା ବିଧାୟକ ପ୍ରତିନିଧି ଲମ୍ବୋଦର ପ୍ରଧାନ, ସାଂସଦ ପ୍ରତିନିଧି ଉମାକାନ୍ତ ଜେନା, ଗିରିଧାରୀ ଦାସ, ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା, ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଭାପତି ଶ୍ରୀ ବେହେରା ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଶିବିର ସମ୍ବନ୍ଧରେ ଆଲୋକପାତ କରିବା ସହିତ ବିଭିନ୍ନ ସାଂଗଠନିକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦିକା ରବିତା ଦାସ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ, ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି, ମଣ୍ଡଳ ସଭାପତି ରଘୁନାଥ ପରିଡ଼ା, ମାନସ କୁମାର ମହାନ୍ତି, ବିବେକ ବିକାଶ ରାଉତ, ମାୟାଧର ପ୍ରଧାନ, ପ୍ରଫୁଲ୍ଲ ଦ୍ବିବେଦୀ, ପୂର୍ବତନ ମଣ୍ଡଳ ସଭାପତି ଭୋଳାନାଥ ପାତ୍ର, କାଉନସିଲର ଶିବୁନ ରୟ, ହେମବତୀ ବେହେରା, ନାରୀ ନେତ୍ରୀ କମଳା ବିନ୍ଧାଣି, ସକମ୍ବରୀ ସିଂ, ଚନ୍ଦ୍ରକାନ୍ତି ପ୍ରଧାନ, ଜୟନ୍ତୀ ପାତ୍ର ଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା କାର୍ଯ୍ୟକର୍ତ୍ତା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ