ଶିକ୍ଷା ବିଭାଗ ପ୍ରତିଶୃତି ପୂରଣ ହେଲାନି ବୋଲି ସ୍କୁଲ ଫାଟକରେ ତାଲା ପକାଇଲେ ଅଭିଭାବକ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଡ଼ଅଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଗତ ନଭେମ୍ବର ୨୪ ତାରିଖରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଧାରଣାରେ ବସିଥିଲେ। ସେତେବେଳେ ବ୍ଲକ ସହ ଶିକ୍ଷା ଅଧିକାରୀ ଘଟଣାସ୍ଥଳ ରେ ପହଞ୍ଚି ୭ ଦିନଭିତରେ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ ବି ଆଜି ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ନ ହେବାରୁ କିଛି ଅଭିଭାବକ ଆଜି ସ୍କୁଲରେ ତାଲା ପକାଇ ଦେଇ ଥିଲେ। ଫଳରେ ଛାତ୍ରଛାତ୍ରୀ ମାନେ ସ୍କୁଲରୁ ଫେରିଆସିଥିବା ବେଳେ ଶିକ୍ଷକ ମାନେ ଫାଟକ ସମୁଖରେ ବସି ବସି ଫେରି ଆସିଛନ୍ତି। ଅଭିଭାବକ ଙ୍କ ଅଭିଯୋଗ ଅନୁଯାଇ ଏହି ବିଦ୍ୟାଳୟ ଟି ଏ ଅଞ୍ଚଳର ସର୍ବ ପୁରାତନ ବିଦ୍ୟାଳୟ ହୋଇଥିବା ବେଳେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୮ଟି ଶ୍ରେଣୀ ସହିତ ଶିଶୁ ବାଟିକା ମଧ୍ୟ ଅଛି। ୯ଟି ଶ୍ରେଣୀରେ ମୋଟ ୨୧୪ ଜଣ ଛାତ୍ରଛାତ୍ରୀ ଅଧୟନ କରୁଥିବା ବେଳେ ପୂର୍ବରୁ ଏଠାରେ ୮ ଜଣ ଶିକ୍ଷକ ଥିଲେ। ଏବେ ୫ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଫଳରେ ଶିକ୍ଷାଦାନ ଠିକ ଭାବେ ହୋଇ ପାରୁନି। ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଅଭିଭାବକ ମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗତ ୨୪ ତାରିଖ ଧାରଣା ଦେବାଦିନ ସହ ଶିକ୍ଷା ଅଧିକାରୀ ଶିକ୍ଷକ ନିଯୁକ୍ତି ନେଇ ପ୍ରତିଶୃତି ଦେବାପରେ ଆମେ ଆନ୍ଦୋଳନ ରୁ ହଟିଥିଲୁ। କିନ୍ତୁ ଆଜକୁ ୧୧ ଦିନ ବିତି ଯାଇଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି ହେଲାନି। ତେଣୁ ଶିକ୍ଷକ ନିଯୁକ୍ତି ନହେବା ଯାଏ ବିଦ୍ୟାଳୟ ରେ ତାଲା ଝୁଲିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବ୍ଲକ ସହଶିକ୍ଷା ଅଧିକାରୀ ପ୍ରମୋଦ ନାୟକଙ୍କୁ ପଚାରିବାରୁ ସେଠାକୁ ଆଜିଠାରୁ ଜଣେ ଶିକ୍ଷକ ଦିଆ ଯାଇଥିବା ବେଳେ ସେମାନେ ତାଙ୍କୁ ଗ୍ରହଣ କରୁ ନାହାନ୍ତି। ବର୍ତମାନ ଶିକ୍ଷକ ନିଯୁକ୍ତି ନଥିବା ବେଳେ ନିୟମିତ ଶିକ୍ଷକ ନିଯୁକ୍ତି କରାଯିବା ସମ୍ଭବ ନୁଁହ ବୋଲି କହିଛନ୍ତି।


