ପାରଳାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ପାରଳା ବିଧାୟକ 50 ଲକ୍ଷ ଟଙ୍କା ଅନୁଦାନ ଦେଲେ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):ପାରଳାଖେମୁଣ୍ଡିରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ପୂର୍ବରୁ ସେ ଏହି ମନ୍ଦିର ନିର୍ମାଣ ସକାଶେ ଅନୁଦାନ ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ | ଜଗନ୍ନାଥ ମନ୍ଦିରରେ ପୃଥକ ପୃଥକ ଭାବେ ୫ ଜଣଙ୍କ ନାମରେ ୧୦ ଲକ୍ଷ ଲେଖାଏଁ ମୋଟ ୫୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଏହି ଅନୁଦାନ ପାଇବା ପରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଶୀଘ୍ର ଆଗେଇବ ବୋଲି ଜଗନ୍ନାଥଙ୍କ ସେବକ ଦୁର୍ଗା ମାଧବ ପାଣିଗ୍ରାହୀ ମତବ୍ୟକ୍ତ କରି ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି. ପାରଳାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ବରାନ୍ନିତ କରିବା ପାଇଁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ହାଇଟେକ ଗ୍ରୁପ ପକ୍ଷରୁ ମଧ୍ୟ ନିଜସ୍ୱ ଘରୋଇ ପାଣ୍ଠିରୁ ୬୦ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି.


