ଦୁରାରୋଗ୍ୟ ପୀଡିତାଙ୍କୁ ପାରଳା ବିଧାୟକ ମାଗଣା ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ପ୍ରତିଶୃତି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳଖେମୁଣ୍ଡି ମୁନିସିପାଲିଟିର 14ନମ୍ୱର ୱାଡ ସଞ୍ଜୟଗାନ୍ଧୀ କଲୋନୀର ମୋହିନୀ ଦୁରା ରୋଗ୍ୟରେ ପୀଡିତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରି ଆସୁଛନ୍ତି. ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ଉଚ୍ଚକୋଟିର ଡାକ୍ତରଖାନରେ ଆବଶ୍ୟକ ଅର୍ଥ ଖର୍ଚ୍ଚ କରି ନ ପାରି ରୋଗରେ ବହୁ ଦୁଃଖ କଷ୍ଟ ପାଉଥିବା ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଜାଣିବା ପରେ ତାଙ୍କ ଘରକୁ ଯାଇ ପୀଡିତା ଓ ତାଙ୍କ ବାପାଙ୍କ ସହ ସାକ୍ଷାତ କରିଛନ୍ତି. ଏମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ପୀଡିତାଙ୍କ ବାପାଙ୍କୁ ମାଗଣା ଚିକିତ୍ସା ସେବା ପ୍ରଦାନ କରିବେ ବୋଲି ଜଣାଇଛନ୍ତି. ପୀଡିତାଙ୍କୁ ପାରଳା ବିଧାୟକଙ୍କ ଭୁବନେଶ୍ୱର ଠାରେ ଥିବା ହାଇଟେକ ମେଡିକାଲରେ ତୁରନ୍ତ ଭର୍ତ୍ତି କରିବା ପାଇଁ ପରମଶ ଦେବା ସହ ଚିକିତ୍ସା ଓ ଔଷଧପତ୍ର ଜନିତ ସମସ୍ତ ଖର୍ଚ୍ଚ ନିଜେ ତୁଲାଇବେ ବୋଲି ଜଣାଇଛନ୍ତି. ପାରଳା ବିଧାୟକଙ୍କ ଏଭଳି ମହନୀୟତାକୁ ଦୁରାରୋଗ୍ୟ ପୀଡିତାଙ୍କୁ ପିତା କୃତଜ୍ଞତା ଜ୍ଞାପନ କରିବା ସହ ଅତି ତୁରନ୍ତ ଭୁବନେଶ୍ୱର ମେଡିକାଲରେ ଭର୍ତ୍ତି କରିବେ ବୋଲି ଜଣାଇଛନ୍ତି.