ନବୀନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ ଭୁବନେଶ୍ଵର ସ୍ଥିତ ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ନବୀନ ପଟ୍ଟନାୟକ ପାରଳା ମହାରାଜାଙ୍କ ପରିବାର ସହ ତାଙ୍କ ପରିବାରର ରହିଥିବା ବିଭିନ୍ନ ଘନିଷ୍ଠତାକୁ ନେଇ ବିଧାୟକ ପାଣିଗ୍ରାହୀଙ୍କୁ କହିଥିଲେ. ବିଧାୟକଙ୍କ ସହ ଜିଲ୍ଲାର ଉନ୍ନୟନମୁଳକ କାର୍ଯ୍ୟ, ଚାଷୀଙ୍କ ସମସ୍ୟା ବିଷୟରେ ନବୀନ ଆଲୋଚନା କରିଥିଲେ | ବିଧାୟକଙ୍କ ସହିତ ତାଙ୍କ ସୁପୁତ୍ରୀ ମଧ୍ୟ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ