ବିଦ୍ୟୁତ ବିଭାଗକୁ ପାରଳା ମୁନିସିପାଲିଟିର ରୋକ: ଗ୍ରାହକଙ୍କ ବିନା ସହମତିରେ ବସେଇ ପାରିବେ ନାହିଁ ସ୍ମାର୍ଟ ମିଟର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):  ପାରଳାଖେମୁଣ୍ଡି ସହରରେ ଗ୍ରାହକଙ୍କ ବିନା ସହମତିରେ ସ୍ମାର୍ଟ ମିଟରକୁ ବିଦ୍ୟୁତ ବିଭାଗ ବସେଇ ପାରିବ ନାହିଁ ବୋଲି  ପାରଳା ମୁନିସିପାଲିଟିର ରୋକ ଲଗାଇ ବିଦ୍ୟୁତ ବିଭାଗକୁ ଏକ ଚିଠି ପ୍ରେରଣ କରିଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଗତ ବହୁ ଦିନ ହେଲା ବିଦ୍ୟୁତ ବିଭାଗ ଗ୍ରାହକଙ୍କ ବିନା ଅନୁମତିରେ ସ୍ମାର୍ଟ ମିଟର ଲଗାଇ ଆସୁଛନ୍ତି. ଏପରିକି ଘରେ କେହି ନଥିବା ସମୟରେ ତାଲା ଝୁଲୁ ଥିବା ବେଳେ ବି ପୁରୁଣା ମିଟର ଗୁଡ଼ିକୁ ବଦଳାଇ ସ୍ମାର୍ଟ ମିଟର ଲଗାଇ ଦିଆ ଯାଉଥିବା ବହୁ ଅଭିଯୋଗ ରହି ଆସୁଛି. ଅନେକ ଗ୍ରାହକଙ୍କୁ ଭୁଲ ତଥ୍ୟ ଦେଇ ମିଟର ଖରାପ କହି ମଧ୍ୟ ସ୍ମାର୍ଟ ମିଟର ବଦଳାଇ ଦେଉଥିବା ଅଭିଯୋଗ ମଧ୍ୟ ରହିଛି. ସହରର କିଛି ଦୋକାନୀ ଏହାକୁ ବିରୋଧ କରିବାରୁ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଏହାକୁ ନେଇ ଗତ ପାରଳା ପୌର ପରିଷଦ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ କାଉନସିଲରମାନେ ପୌରଧକ୍ଷା, ବିଧାୟକ ଓ ସାଂସଦ ପ୍ରତିନିଧିଙ୍କ ସହ ପୁଙ୍ଖାନୁପୁଖ ଆଲୋଚନା ପରେ ଏଭଳି ବେନିୟମ କାର୍ଯ୍ୟ ପୌର ପରିଷଦର ଅଂଚଳରେ ନକରିବା ପାଇଁ ବିଦ୍ୟୁତ୍ ବିଭାଗକୁ ଅବଗତ କରାଇବା ନିମନ୍ତେ କାଉନ୍‌ସିଲ୍‌ରେ ପ୍ରସ୍ତାବ ପାରିତ ହୋଇଥିଲା। ଏନେଇ ବୈଠକର ନିଷ୍ପତ୍ତି ଅନୁଯାୟୀ ବିଦ୍ୟୁତ ଗ୍ରାହକଙ୍କ ବିନା ସହମତିରେ ସ୍ମାର୍ଟ ମିଟର ବସା ନ ଯାଉ ବୋଲି  ପାରଳା ପୌର ପରିଷଦ ତରଫରୁ ବିଦ୍ୟୁତ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଏକ ଚିଠି ଦ୍ୱାରା ଅବଗତ କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ