ନବ ଓଡ଼ିଶାର ନିର୍ମାତା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ପାରଳାଖେମୁଣ୍ଡି ରେଳଷ୍ଟେସନ୍ ନାମିତ କରାଯାଉ: ସାଂସଦ ପ୍ରଦୀପ ପାଣିଗ୍ରାହୀ ପାଣିଗ୍ରାହୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ରେଳଷ୍ଟେସନକୁ ‘ମହାରାଜା କୃଷ୍ଣଚନ୍ଦ୍ର ଗଜପତି ରେଳଷ୍ଟେସନ୍ ନାମରେ ନାମିତ କରାଯାଉ ବୋଲି ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏନେଇ ଔପଚାରିକ ଭାବରେ ପ୍ରସ୍ତାବ ରଖିଛନ୍ତି. ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରିତ ଚିଠିରେ ସାଂସଦ ଉଲ୍ଲେଖ କରିଛନ୍ତି ଯେ, ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ପାରଳାଖେମୁଣ୍ଡି ଷ୍ଟେସନ ଅତ୍ୟାଧୁନିକୀକରଣ କରାଯାଇଛି. ଏହି ରେଳଷ୍ଟେସନ ଓଡ଼ିଶାର ଅନ୍ୟତମ ମୁଖ୍ୟ ନିର୍ମାତା’ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ନାମିତ କରି ଐତିହ୍ୟକୁ ସ୍ମରଣୀୟ କରିବା ପାଇଁ ପାରଳା ରେଳଷ୍ଟେସନର ନାମକୁ ପରିବର୍ତ୍ତନ କରାଯିବା ଆବଶ୍ୟକ ବୋଲି ବ୍ରହ୍ମପୁର ସାଂସଦ ଏହି ଚିଠିରେ ଉଲ୍ଲେଖ କରି ଆହୁରି ଜଣାଇଛନ୍ତିଯେ ସ୍ବର୍ଗତ କୃଷ୍ଣଚନ୍ଦ୍ର ଗଜପତି କେବଳ ପାରଳାର ରାଜା ନୁହଁନ୍ତି. ବରଂ ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ନୂତନ ଓଡ଼ିଶାର ଗଠନର ମୂଳ ନିର୍ମାତା ଥିଲେ ବୋଲି ଦର୍ଶାଇଛନ୍ତି। ରାଉଣ୍ଡ ଟେବୁଲ୍ ବୈଠକରେ ତାଙ୍କର ବଳିଷ୍ଠ ଦାବି ଯୋଗୁଁ ୧୯୩୬ରେ ଓଡ଼ିଶା ପ୍ରଥମ ଭାଷାଭିଭିକ ରାଜ୍ୟ ଭାବେ ଗଠିତ ହୋଇଥିଲା। ରେଳ ପ୍ରବର୍ତ୍ତକ ଭାବେ କୃଷ୍ଣଚନ୍ଦ୍ର ଗଜପତି ରାଜପରିବାର 1900 ମସିହାରେ ପାରଲାଖେମୁଣ୍ଡି ଲାଇଟ୍ ରେଲୱେ ସ୍ଥାପନ କରିଥିଲେ. ଯାହାକି ଏହି ଅଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତିକୁ ନୂତନ ଦିଗ ଦେଇଥୁଲା। ପାରଳାଖେମୁଣ୍ଡି ରେଳ ଷ୍ଟେସନର ନୂତନ ନାମକରଣ ସହିତ ଷ୍ଟେସନ୍ ପରିସରରେ ମହାରାଜାଙ୍କ ଏକ ପୂର୍ଣାକୃତି ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ସାଂସଦ ଶ୍ରୀ ପାଣିଗ୍ରାହୀ ଦାବି ଉଠାଇଛନ୍ତି।


