ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଦେଇ ଔପଦାରୁ ଭୁବନେଶ୍ୱର ଯାଉଥିବା ବିଟି ଏଣ୍ଡ ବିଟି ଯାତ୍ରୀବାହୀ ବସ୍ ଆଜି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ସକାଳ ୫ଟା୫୦ରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଆଗରପଡାରୁ ଭଦ୍ରକ ରାସ୍ତାରେ ଯାଉଥିବା ବେଳେ ଧୋବାଗଢିଆ ଛକ ଠାରେ ସମ୍ମୁଖ ଭାଗରୁ ଆସୁଥିବା ଏକ ଗାଡିକୁ ସାଇଟ୍ ଦେବାକୁ ଯାଇ ବସ୍ର ଇଞ୍ଜିନ୍ ଭାଗ ନୟନଜୋରୀକୁ ଖସି ଯାଇଥିଲା । କର୍ମଚାରୀ ମାନେ ତୁରନ୍ତ ଜରୁରୀ କାଳୀନ ଏବଂ ଅନ୍ୟ କବାଟରେ ଯାତ୍ରୀ ମାନଙ୍କୁ ଓହ୍ଲାଇ ଥିଲେ । ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ବେଳେ ଏକ ନିଶ୍ଚିତ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତି ଯାଇଥିଲେ । ଘଟଣା ସ୍ଥଳରୁ ଅନ୍ୟ ଏକ ବସ୍ ଯୋଗେ ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ନେବାର ବ୍ୟବସ୍ଥା କରାଯାଇଥିଲା । ପ୍ରକାଶ ଯେ, ଆଗରପଡାରୁ ବରପଦା ୧୪ କି.ମି. ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇ ପଡିଥିବା ବେଳେ ଏବେ ନବୀକରଣ କାର୍ଯ୍ୟ ଚାଲିଛି ।


