ବେପରୁଆ ଗାଡ଼ି ଚାଳନା ପାଇଁ ଅଟକିଲା ଯାତ୍ରୀବାହୀ ବସ୍
ହାଟଡିହି (ଓ୍ବାଇଏନଏସ): ପ୍ରତିଦିନ ବେପରୁଆ ଗାଡ଼ି ଚାଳନା ପାଇଁ ଅନେକ ଦୁର୍ଘଟଣା ମନ ଘଟି ଧନ ଜୀବନ ହାନି ହେଉଛି। ସରକାର ଅନେକ ପଦକ୍ଷେପ ମଧ୍ଯ ନେଉଛନ୍ତି। କିନ୍ତୁ ଗାଡ଼ି ଚାଳକ ମାନେ ସୁଧୁରୁ ନାହାନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋସୋ ନିକଟରେ। ଭୁବନେଶ୍ବରରୁ ଯାତ୍ରୀଙ୍କୁ ଧରି ଫେରୁଥିବା ଶ୍ରୀ ଲକ୍ଷ୍ମୀ ବସଟି ସୋସୋ ନିକଟରେ ବେପରୁଆ ଭାବେ ଯାଉଥିବା ବେଳେ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସୋସୋ ପୋଲିସ୍ ବସ୍ ଟିକୁ ଅଟକ ରଖିଛି। ଯାତ୍ରୀ ମାନେ ନାନା ଅସୁବିଧାରେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଫେରିଛନ୍ତି।