ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଯାତ୍ରୀ ହନ୍ତସନ୍ତ
କଟକ, (ଓ୍ବାଇଏନଏସ): ଓଡ଼ିଶା ଚାଳକ ମହାସଂଘ ୭ଦଫା ନେଇ ମଙ୍ଗଳବାରଠାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି। ରାଜ୍ୟର ପ୍ରାୟ ୫ଲକ୍ଷ ଚାଳକ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଚାଳକ ମହାସଂଘ ବିଭିନ୍ନ ଦାବି କରିଛି। ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁଁ କଟକରୁ ଗାଡି ଚଳାଚଳ ପ୍ରଭାବିତ ହୋଇଛି। ଗଡୁନାହିଁ ଅଧିକାଂଶ ବସ୍, ଟ୍ରକ, ଟେମ୍ପୋ ଓ ଟ୍ୟାକ୍ସି । କଟକରୁ ଯାତ୍ରୀ ଓ ମାଲ ପରିବହନ ବି ବାଧାପ୍ରାପ୍ତ ହୋଇଛି। କଟକରେ ବାଲିକୁଦା ନିକଟରେ ଜାତୀୟ ରାଜପଥ କଡ଼ରେ ଚାଳକ ମହାସଂଘ ଆନ୍ଦୋଳନରେ ବସିବା ସହ ପିକେଟିଂ ଆରମ୍ଭ କରିଛି। ଚାଳକ ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନର ପ୍ରଭାବ ଯାତ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି। ଯଦିଓ ଚାଳକ ମହାସଂଘ ଆଜି କେବଳ ମାଲବାହୀ ଗାଡ଼ିର ଚାଳକଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ କହିଥିଲେ। ତଥାପି କଟକରୁ ଅଧିକାଂଶ ଯାତ୍ରୀବାହୀ ଗାଡି ଚଳାଚଳ କରୁନଥିବା ଦେଖିବାକୁ ମିଳିଛି। ତେଣୁ କଟକ ନେତାଜୀ ବସ୍ ଟର୍ମିନାଲରେ ଶତାଧିକ ଯାତ୍ରୀ ଫସି ରହିଥିବା ଦେଖିବାକୁ ମିଳିଛି। ଆଜି ନିଳାଦ୍ରୀବିଜେ ଥିବାବେଳେ ଅନେକ ଯାତ୍ରୀ ପୁରୀ ଯାଇଥାନ୍ତେ। କିନ୍ତୁ ଏହି ଆନ୍ଦୋଳନ ସେମାନଙ୍କ ଇଚ୍ଛା ପୂରଣ ହୋଇ ପାରିନି। ଯେଉଁଥିପାଇଁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି। ସେପଟେ କଟକର ଗୋପାଳପୁର ନିକଟରେ ପିକେଟିଂ କରୁଛନ୍ତି ମହାସଂଘ କର୍ମକର୍ତ୍ତା।