ଆଦର୍ଶ ପ୍ରଧାନ ଶିକ୍ଷକ ନରହରି ଦାସଙ୍କ ବିୟୋଗ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): ବଳଦେବ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା କେନ୍ଦ୍ରାପଡା ଜିଲ୍ଲାର ସୁନାମଧନ୍ୟ ଆଦର୍ଶ ଶିକ୍ଷକ ନରହରି ଦାସଙ୍କର ୮୯ ବର୍ଷ ବୟସରେ ଶ୍ୟାମସୁନ୍ଦରପୁର ସ୍ଥିତ ବାସଭବନରେ ବିୟୋଗ ହୋଇଯାଇଛି । ସେ ଜଣେ କର୍ତ୍ତବ୍ୟନିଷ୍ଠ, ନିଷ୍ଠାପର ଓ ଉଚ୍ଚକୋଟୀର ଆଦର୍ଶ ଶିକ୍ଷକ ଭାବେ ସମଗ୍ର ଜିଲ୍ଲାରେ ପରିଚିତ ଥିଲେ । ତାଙ୍କ ପରଲୋକ ଖବର ପାଇ ତାଙ୍କର ବହୁ ପ୍ରତିଷ୍ଠିତ ଛାତ୍ରଛାତ୍ରୀ ସ୍ୱର୍ଗତ ଦାସଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ଛାତ୍ର ପୂର୍ବତନ କେନ୍ଦ୍ରାପଡା ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ପୂର୍ବତନ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ଅବସରପ୍ରାପ୍ତ ବରିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ନାୟକ, ପୁରାତନ ଛାତ୍ର ତଥା ଶୁଭାଷିଶ ସେନାପତି, କେଶବ ଚନ୍ଦ୍ର ସାହୁ, ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତ କୁମାର ଜେନା, ଶିକ୍ଷକ ଋତୁପର୍ଣ୍ଣ ସାମଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ପାର୍ଥିବ ଶରୀର ନିକଟରେ ପୁତ୍ର ଦେବଦତ୍ତ, ପୁତ୍ରବଧୂ ସଂଧ୍ୟା, ଝିଅ ଆଶା ଓ ଉଷା, ଜ୍ୱାଇଁ ସର୍ବେଶ୍ୱର ଓ ସୁବାଷ, ଭଣଜା ପ୍ରବୀଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ପୁତ୍ର ଦେବଦତ୍ତ ମୁଖାଗ୍ନି ଦେଇଥିଲେ ।


