ପାଷ୍ଟର ଆସୋସିଏସନ ପରିବେଶ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ
ରାଇକିଆ,(ଓ୍ବାଇଏନଏସ): କନ୍ଧମାଳ ଜିଲ୍ଲା ରାଇକିଆ ପାଷ୍ଟର ଆସୋସିଏସନ ଟ୍ରଷ୍ଟ ତରଫରୁ ପରିବେଶ ସୁରକ୍ଷା ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଟ୍ରଷ୍ଟର କୋର କମିଟି, କାର୍ଯ୍ୟ ନିର୍ବାହୀ କମିଟି ଏବଂ ସମସ୍ତ ସକ୍ରିୟ ସଦସ୍ୟ ଯୋଗ ଦେଇ ରାଇକିଆ ଆଦର୍ଶ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଅତି ଆବଶ୍ୟକ ତଥା ଔଷଧିୟ ବୃକ୍ଷଗୁଡିକ ରୋପଣ କରାଯାଇଥିଲା। ପ୍ରିନ୍ସିପଲ ଅମୀୟ କୁମାର ପାତ୍ର ଏବଂ ସମସ୍ତ ଶିକ୍ଷକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ଔଷଧୀୟ ବୃକ୍ଷ ସଂପର୍କ ରେ ସଚେତନତା କରାଯିବା ସହ ପରିବେଶ ସୁରକ୍ଷା ଏବଂ ଏହାର ଆବଶ୍ୟକତା କୁ ନେଇ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟ ରେ କମିଟି ପକ୍ଷ ରୁ ଏଭଳି କାର୍ଯ୍ୟକ୍ରମ ର ଅୟୋଜନ କରାଯାଇଥିଲା । ଟ୍ରଷ୍ଟର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ଜିତେନ୍ କୁମାର ନାୟକ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଆଗମୀ ଦିନ ରେ ମଧ୍ୟ ଏହିପରି ସଚେତନତା କାର୍ଯ୍ୟକ୍ରମ ର ଅୟୋଜନ ନେଇ ସହଯୋଗ କାମନା କରିଥିଲେ l