୧୯୮୪ ମସିହା ପାଟଳଦା ହାଇସ୍କୁଲର ବନ୍ଧୁ ମିଳନ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ବନ୍ଧୁତା ହୋଇପାରେ ଗୋଟିଏ ଶବ୍ଦ, କିନ୍ତୁ ତା ପରିଧି କେଉଁଠୁ ଯେ କେତେ ଦୂର ଆଖି ପାଏନି। କିଏ କେତେବେଳେ କାହା ସହ ବନ୍ଧୁ ସୂତ୍ରରେ ଯୋଡି ହୋଇଯିବ। ଵିଧି ନିଦ୍ଧିଷ୍ଟ ନାଁ ଘଟଣାମାତ୍ର। ଯିଏ ଯାହା ବୁଝେ ସେହି ହିସାବରେ ତା ବନ୍ଧୁତା ଆଗେଇ ଚାଲେ। ସେଇଥି ପାଇଁ ବୋଧେ କିଛି ବନ୍ଧୁତାର ଆୟୁଷ ବେଶୀଦିନ ନଥିବା ବେଳେ ଆଉ କିଛି ବନ୍ଧୁତାର ଆୟୁଷ ଲମ୍ବିଯାଏ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପର୍ଯ୍ୟଟନସ୍ଥଳୀ ପୀରଜାହାନିଆ ପୀଠରେ ଶୁକ୍ରବାର ଦିନ ଆୟୋଜିତ ପାଟଳଦା ହାଇସ୍କୁଲ ର ୧୯୮୪ମସିହା ରୟାଲ ସ୍କୁଲ ଗ୍ରୁପ ବ୍ୟାଚ ର ବନ୍ଧୁ ମିଳନ।କାହାର ପିଲା ବେଳର ନାଟକ ମନେ ପଡ଼ିଯାଉଥାଏ, ତ ଆଉକିଏ ପିଲା ବେଳର ସାଙ୍ଗକୁ ଚିହିଁ କୁଣ୍ଡେଇ ପକାଉଥାଏ । ଆହାଃ କି ନିବିଡ଼ତା, ପିଲା ଦିନର ବନ୍ଧୁତା ଆଉ ଏ ଅନାବିଳ ପ୍ରେମ କେବଳ ଅନୁଭବୀ ହିଁ ଅନୁଭବ କରି ପାରିବ ଏମାନଙ୍କ ଭାବକୁ। ବୟସ ସିନା ୫୦ପାର ହେଲାଣି କିନ୍ତୁ ପିଲା ଦିନକୁ ଆଜି ଖୋଜି ହେଉଛନ୍ତି ଏମାନେ। ବରଡ଼ା ପତର ଘରେ ଗୋବର ଲିପିବା, ଆମ୍ବ ତୋଟାରୁ ଆମ୍ବ ଚୋରି କରି ଖାଇବା, ବଡ଼ ଙ୍କ ପାଖରୁ ଗାଳି ଶୁଣିବା, ମନ୍ଦିର ଭୋଗ ଛଡାଇ ଖାଇବା ଏ ସବୁ ଦୁଷ୍ଟାମୀ ଯେମିତି କାଲି ଭଳି ହୋଇଯାଇଥିଲା। ହେଲେ ଆଜି କିଏ ବୟସ ର ଅପରାହ୍ନ କରିଦେଲା। କାଲି ପୁଣି ସମୟ ସୁଅରେ ଅସ୍ତିତ୍ୱ ଭାସିଯିବ ଭାବି ଭାବି ବିହ୍ଵଳ ହେଉଛନ୍ତି। ସମୟ ସ୍ରୋତରେ ପିଲା ଦିନ ଚାଲିଗଲା, କିଶୋର, ଯୁବାବସ୍ଥା ଯାଇ କ୍ରମଶଃ ବାର୍ଦ୍ଧକ୍ୟ ଘାରିଲା। ଏ ଅବସ୍ଥାରେ କୁଆଡେ ଗଲା ସେ ପିଲା ଦିନ ଗୁଡାକ ଭାରି ମନେ ପଡୁଛି। ବିତି ଯାଇଥିବା ସ୍ମୃତିକୁ ସାଉଁଟିବାର ଇଚ୍ଛା ନେଇ  ଏକାଠି ହୋଇଥିଲେ ଶୁକ୍ରବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପାଟଳଦା ହାଇସ୍କୁଲ ର ୧୯୮୪ ମସିହା ବ୍ୟାଚ।ପ୍ରାରମ୍ଭ ରୁ ମଞ୍ଚ ପରିଚାଳନା କାର୍ଯ୍ୟ ପାଟଳଦା ପଂଚାୟତ ର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ବେହେରା କାର୍ଯ୍ୟ ତୁଲାଇଥିବା ବେଳେ ଝିଅ ସାଙ୍ଗ ମାନଙ୍କୁ ନେଇ ପ୍ରଦୀପ ପ୍ରଜ୍ବଳନ ପରେ ପାଟଳଦା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା, ଗୁରୁ ଓ ଦେହାନ୍ତ ହୋଇଥିବା ସାଙ୍ଗ ମାନଙ୍କ ପାଈଁ ନିରବ ପ୍ରାଥନା ପରେ ସାଙ୍ଗ ମାନେ ଏକତ୍ରିତ ହୋଇ ଅସ୍ତରଙ୍ଗ ବ୍ଲକ ଅଂଚଳର ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ଆଗାମୀ ଗ୍ରୀଷ୍ମ ଦିନ ପାଈଁ ଛତା ଓ ଗାମୁଛା ବଣ୍ଟନ କରିଥିଲେ।ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ ନୁହେଁ ତ ସତେ ଯେମିତି ଶତାଦ୍ଧି ର ଶ୍ରେଷ୍ଠ ମାନଙ୍କ ଭେଟ ଘାଟ। କିଏ ୩୦ରୁ ୪୦ବର୍ଷ ଧରି ପ୍ରଶାସନିକ ଦାୟିତ୍ୱ ତୁଲାଇଛନ୍ତି ଆଉ କିଏ ଗାଁ ବିଦ୍ୟାଳୟ ର ଶହ ଶହ ଭବିଷ୍ୟତକୁ ଗଢିଛି। ଏମାନଙ୍କ ଭିତରୁ କିଏ ବାଟ କାଟି ଚାଲି ଗଲଣି, ଯିଏ ଅଛନ୍ତି ସେମାନଙ୍କ ଫୋଟ ଭିତରେ ସ୍ମୃତିକୁ ଦରାଣ୍ଡୁଛନ୍ତି। ଏକାଠି ବସି ପିଲାଦିନ ବାଲି ଘର ଆଉ ବିଭିନ୍ନ ଖେଳ ମନେ ପକାଉଛନ୍ତି।ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପ୍ରଫୁଲ୍ଲ ବେହେରା, ପ୍ରୀତି ରାଉତରାୟ (ରୀନା ), ଦିପ୍ତୀରେଖା ରଥ, ମନୋରମା କର, ପ୍ରମୋଦ ନାୟକ, ହେମନ୍ତ ବେହେରା, ଭାଗିରଥି ପ୍ରଧାନ ସମେତ ଅନ୍ୟ ସାଙ୍ଗ ସାଥି ଅଂଶ ଗ୍ରହଣ କରିଥିଲେ।ଦୀର୍ଘ ବର୍ଷ ପରେ ଏମାନେ ଭେଟ ହୋଇଛନ୍ତି ସତ କିନ୍ତୁ ସାଉଁଟିଛନ୍ତି ଶହ ଶହ ସ୍ମୃତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ