ରୋଗୀ କଲ୍ୟାଣ ସମିତି ବୈଠକରେ ବିକାଶ ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ

ହାଟଡିହି (ବିକାଶ ବିଶ୍ବାଳ): ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଭାତ ନାୟକଙ୍କ ସଂଯୋଜନାରେ ଦିନ୧୨ଟା ରୁ ଦୁଇଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିଧାୟକଙ୍କ ପ୍ରତିନିଧି ବିରେନ୍ଦ୍ର କୁମାର ବିଶ୍ବାଳ, ଶାଳଣିଆଁ ସରପଞ୍ଚ ସୁମିତ୍ରା ଜେନା, ଆଇନଜୀବୀ ରଙ୍ଗାଧର ମଲ୍ଲିକ, ପ୍ରତାପ ଦେଓ, ରଞ୍ଜନ କୁମାର ପହି, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭଗର କନିଷ୍ଠଯନ୍ତ୍ରୀ ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ  ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷା ହେଲେ ଡାକ୍ତରଖାନା ପରିସରରେ ପାଣି ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ବୋଲି ସଦସ୍ୟ ମାନେ ଆଲୋଚନା କରିବାରୁ ବ୍ଲକ ତରଫରୁ ଏଥିପାଇଁ ଅନୁଦାନ ଯୋଗାଇ ଦିଆଯିବ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଆଉଟ୍ ସୋର୍ସିଂ କର୍ମଚାରୀ ମାନେ ଠିକ ଭାବେ କାମ କରୁ ନଥିବା ଅଭିଯୋଗ ଉଠିଥିଲା। ଅନ୍ୟ ଏକ ବୈଠକ କରି ଏହା ଉପରେ ଆଲୋଚନା କରିବାକୁ ନିଷ୍ପତି ନିଆ ଯାଇଥିଲା। ଡ଼ାକ୍ତରଖାନାରେ ରୋଗୀ ମାନଙ୍କୁ ଖାଦ୍ୟ ଦିଆ ଯାଉ ନଥିବା ସମ୍ପର୍କ ରେ ମଧ୍ୟ ଆଲୋଚନା କରାଯାଇଥିଲା। ବାରମ୍ଵାର ଟେଣ୍ଡର ପାଇଁ ବିଜ୍ଞାପନ ଦିଆ ଯାଉଥିଲେ ମଧ୍ୟ କେହି ଆବେଦନ କରୁ ନଥିବା ଗୋଷ୍ଠୀ ଚିକିତ୍ସା ଅଧିକାରୀ କହିଥିଲେ। ତେଣୁ ଏନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଲିଖିତ ଭବେ ଜଣାଇବା ପାଇଁ ନିଷ୍ପତ୍ତି ହୋଇଥଲା। କିଛି ଡାକ୍ତର ଓ କର୍ମଚାରୀ ଡ଼ାକ୍ତରଖାନାକୁ ପାଳି କରି ଆସୁଥିବାରୁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇ ପାରୁନଥିବା ସଦସ୍ୟ ମାନେ ଅଭିଯୋଗ କରିଥିଲେ। ଏଥିପ୍ରତି ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ କୁହା ଯାଇଥିଲା। ଡାକ୍ତରଖାନାରେ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀର ଆବଶ୍ୟକତା ସମ୍ପର୍କରେ ଆଲୋଚନା ହୋଇଥଲା।  ଡାକ୍ତର ସଂଗ୍ରାମ ବ୍ରହ୍ମ ପୂର୍ବ ସଭାର ବିବରଣୀ ପାଠ କରିଥିବା ବେଳେ ବିପିଏମ ଚନ୍ଦନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ