ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଗୁରୁବାର ସର୍ବଭାରତୀୟ ସ୍ତରରେ ଡ଼ାକରା ଦିଆଯାଇଥିବା ଭାରତ ବନ୍ଦ ଦିଗପହଣ୍ଡି ରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି।ଭାଜପା ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନଡିଏ ସରକାର କେନ୍ଦ୍ରରେ ତୃତୀୟ ପାଳି କ୍ଷମତାକୁ ଆସିବାପରେ ଶ୍ରମିକ ସ୍ବାର୍ଥ ବିରୋଧୀ ୪ ଟି ଶ୍ରମ କୋଡ଼ ରଦ୍ଦ କରାଯିବା ସହ ଦେଶର ଶ୍ରମିକ,କୃଷକ,ଛାତ୍ର,ଯୁବକ,ମହିଳା,ଆଦିବାସୀ,ସଂଖ୍ୟାଲଘୁ,ଦଳିତ ଓ ବୁଦ୍ଧିଜୀବୀ ଙ୍କ ଉପରେ ଚରମ ଆକ୍ରମଣ କରି ଚାଲିଥିବାରୁ ୧୨ ଦଫା ଜନଦାବୀ ପୁରଣ ପାଇଁ ଏହି ବନ୍ଦ ପାଳନ କରାଯାଇଛି। ସ୍ଥାନୀୟ କଂଗ୍ରେସ,ସିପିଆଇ,ବିଜେଡ଼ି,ସିପିଆଇ(ଏମ) ର ବହୁସଂଖ୍ୟକ ଦଳୀୟ ନେତୃବୃନ୍ଦ ଓ କର୍ମୀ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ରେ ବ୍ରହ୍ମପୁର ଭାୟା ଦିଗପହଣ୍ଡି ୧୭ ନଂ ରାଜ୍ୟ ରାଜପଥ କୁ ଅବରୋଧ କରିଥିଲେ।ଫଳରେ ଗଜପତି,କନ୍ଧମାଳ,ରାୟଗଡ଼ା,କୋରାପୁଟ, ମାଲକାନାଗିରି ପ୍ରଭୃତି ଅଞ୍ଚଳକୁ ଯାତ୍ରୀବାହୀ ବସ,ମାଲବାହୀ ଟ୍ରକ ଚଳାଚଳ ବନ୍ଦ ରହିଥିଲା।ଦଳୀୟ କର୍ମୀ ବୃନ୍ଦ ବାଇକ ଶୋଭାଯାତ୍ରା ରେ ସହର ପରିକ୍ରମା କରି ଦୋକାନ ବଜାର ,ସ୍କୁଲ କଲେଜ,ଅଫିସ ଦପ୍ତର ବନ୍ଦ କରିଥିଲେ। ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା,ପୂର୍ବତନ ଏନଏସି ଅଧ୍ୟକ୍ଷ ହୃଦୟ ରଞ୍ଜନ ମେକାପ, କାଉନସିଲର ଦୀପକ ମିଶ୍ର, ନୀଳମାଧବ ଗୌଡ଼, ସୁନୀଲ ପଣ୍ଡା, ଗୌରୀ ବେହେରା, ସିପିଆଇ ଜିଲା କମିଟି ସଦସ୍ୟ ଅଳକ ନାଥ ମିଶ୍ର,ବୃନ୍ଦାବନ ପଣ୍ଡା ,ହରପ୍ରସାଦ ରଥ,ସିପିଆଇ ବଡ଼ ଖେମୁଣ୍ଡି ଜୋନାଲ ସମ୍ପାଦକ କିଶୋର ଶତପଥି, ସିପିଆଇ(ଏମ) ଜିଲା କମିଟି କାର୍ଯ୍ୟକର୍ତ୍ତା କୈଳାସ ଷଡଙ୍ଗୀ, କୁରେଶୁ ପଣ୍ଡା, ସୁଶାନ୍ତ ଷଡଙ୍ଗୀ, ଭି.ସୁଦର୍ଶନ ରାଜୁ, ପି.ଶିବଶଙ୍କର,ରସାନନ୍ଦ ରାଉତ,ଶଙ୍କର ରାଓ, ମୂଷା ବେହେରା, ତାରାପ୍ରସାଦ ପଟ୍ଟନାୟକ,ମାଗି ସେଠୀ, ରମେଶ ଜେନା, ନିଗମ ପଣ୍ଡା, ନିଳାଞ୍ଚଳ ରଥ,ଏମ. ବାଇନାଥ, ମଣ୍ଟୁ ପାତ୍ର, ବାଲ୍ମୀକି ବେହେରା,ଗୌରଚନ୍ଦ୍ର ପୂଜାରୀ ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ର ବହୁ ସଂଖ୍ୟକ ଦଳୀୟ କର୍ମୀ ବନ୍ଦ ପାଳନରେ ସାମିଲ ଥିଲେ।